Cricket

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଧମକ । ତାଙ୍କ ସହ ପରିବାରକୁ ମାରି ଦେବା ପାଇଁ ମିଳିଛି ଧମକ । ହତ୍ୟା ଧମକ ଦେଇଛି କାଶ୍ମୀରର ISIS । ଧମକ ପରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କଲେ ସାଂସଦ ଗୌତମ ଗମ୍ଭୀର ।

Complaint filed against Delhi MP Gautam Gambhir for hoarding Fabiflu
ମଙ୍ଗଳବାର ରାତିରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଇ-ମେଲ ଦ୍ୱାରା ‘‘ଆଇଏସ୍ଆଇଏସ୍-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ‘ବିଜେପି’ ସାଂସଦ ଗୌତମ ଗମ୍ଭୀର ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପରେ ପୋଲିସ ଏ ନେଇ ତଦନ୍ତ ଜାରି ରହିଛି । ସାଂସଦଙ୍କ ଜୀବନ ପ୍ରତି ବିପଦ ଆଶଙ୍କାରେ ଗମ୍ଭୀରଙ୍କ ଘର ସାମନାରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । କେବଳ ଇମେଲ ବ୍ୟତୀତ ଧମକ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳି ପାରିନାହିଁ । ତେଣୁ ମେଲଠିକଣା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

Going against all gurdwaras, mandirs? Delhi HC pulls up police in Gautam  Gambhir drug hoarding case - India NewsGautam Gambhir 'receives' death threat from 'ISIS Kashmir' | Delhi News -  Times of India
ସେପଟେ କ୍ରିକେଟର ମାନଙ୍କ ସହିତ ସେମାନଙ୍କ ପରିବାରକୁ ହତ୍ୟା ଭଳି ଅନେକ ଧମକ ଦିନକୁ ଦିନ ବଢିଚାଲିଛି । ୨୦୨୦ ଆଇପିଏଲ ସମୟରେ ମହେନ୍ଦ୍ର ସିଂହ ଧୋନୀ ଏବଂ ଝିଅ ଜିଭାଙ୍କୁ ଧମକ ମିଳିଥିଲା । ସେହିପରି କିଛି ଦିନ ପୂର୍ବରୁ ଚାଲିତିବା ଟ-୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ପରେ କୋହଲୀ ଏବଂ ୯ ମାସର ଝିଅକୁ ମଧ୍ୟ ଧମକ ଦିଆଯାଇଥିଲା । ଏହାପରେ ପୁଣି ଏବେ ପୂର୍ବତନ କ୍ରିକେଯର ଗୌତମ ଗମ୍ଭୀର ଏବଂ ପରିବାରକୁ ହତ୍ୟା ଧମକ ମିଳୁଛି । ଯାହା ଦେଶର ପୋଲିସ ଏବଂ ସୂରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related posts

ଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚା

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

Odisha Sports Bureau

Leave a Comment