Cricket

ଆଜି ଏସିଆ କପରେ ଭାରତ-ପାକ୍ ଲଢ଼େଇ

ଭୁବନେଶ୍ୱର:ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ଆଜି ଏସିଆ କପରେ ମୁକାବିଲା ହେବ। ଦୁଇ ଦେଶର ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଏହାକୁ ‘ରୟାଲ ବ୍ୟାଟଲ୍’ର ନାମ ଦେଇସାରିଲେଣି। ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ। ତେଣୁ ଏହି ମ୍ୟାଚ୍ ବେଳକୁ ଷ୍ଟାଡିୟମ୍ ଭରପୂର ହୋଇଯିବ। ଏଭଳି ପ୍ରତିଯୋଗିତା ଦ୍ବାରା ଦୁଇ ଦେଶର ପ୍ରତିଭାବାନ୍ ଖେଳାଳିଙ୍କୁ ମହାନତମ ଶ୍ରେଣୀରେ ସାମିଲ ହେବାକୁ ମଧ୍ୟ ଅବସର ମିଳିଯିବ। ଆଜିର ମ୍ୟାଚ୍ରେ ପାକିସ୍ତାନର ବୋଲିଂ ଓ ଭାରତର ବ୍ୟାଟିଂ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ତିନି ପ୍ରାରମ୍ଭିକ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲ୍ଙ୍କୁ ଭେଦ କରିବା ପାଇଁ ଆଫ୍ରିଦି, ହାରିସ୍ ଓ ନସିମ ଶାହ ପ୍ରସ୍ତୁତ ରହିଛନ୍ତି। ଶୀର୍ଷକ୍ରମ ପରେ ମଧ୍ୟକ୍ରମରେ କିଏ କେଉଁଠାରେ ଖେଳିବେ ତାହା ଏବେବି ସସ୍ପେନ୍ସ ରହିଛି। ଈଶାନ କିଶନ ୱିକେଟ୍ କିପର ଭୂମିକାରେ ରହିବା ନିଶ୍ଚିତ ଥିବାରୁ ସେ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିପାରନ୍ତି। ଏସବୁ ବାଦ୍ ଭାରତର ବ୍ୟାଟିଂକ୍ରମକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ମଧ୍ୟକ୍ରମରୁ ଯେଉଁଭଳି ରନ୍ ଆଶା କରାଯାଉଛି, ତାହା ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍ ପୂରଣ କରିପାରିବେ। ଆହତ ସମସ୍ୟା ଭାରତୀୟ ଦଳର ସନ୍ତୁଳନକୁ ଯଦିଓ ବିଗାଡ଼ି ଦେଇଥିଲା, ତଥାପି ଭାରତୀୟ ଖେଳାଳିମାନେ ଭାଙ୍ଗିବାରୁ ଚାଲିବା ଶିଖିଛନ୍ତି। ଏବେ ଯଶପ୍ରୀତ୍ ବୁମ୍ରା, ପ୍ରସିଦ୍ଧ କୃଷ୍ଣ, ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ବଢିଛି।

Related posts

ସମ୍ମାନ ରଖିଲେ ଶାର୍ଦ୍ଦୁଳ

Odisha Sports Bureau

ହରିୟାଣା ବିପକ୍ଷ ରେ ଶତକ ହାସଲ କଲେ ଅନୁରାଗ

Odisha Sports Bureau

ଗୌତମଙ୍କ ହାତ ଛାଡିଲା ଦଳ

Odisha Sports Bureau