Cricket

ମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲୁ ରହିଛି ବିଗ ବାଶ ଲିଗ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନୀ ବୋଲର ହାରିସ ରୌଫ ୱିକେଟ ହାସଲ କରିବା ପରେ କରିଛନ୍ତି ଅଜବ ସେଲିବ୍ରେସନ । ଏହି ସେଲିବ୍ରେସନର ଭଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ୱିକେଟ ନେବା ଅଜବ ପ୍ରକାର ସେଲିବ୍ରେସନ ମୁଡକୁ ଆସିଥିଲେ ହାରିସ । ହାତ ସାନିଟାଇଜ କରିବା ସହ ମାସ୍କ ପିନ୍ଧି ସେଲିବ୍ରେସନ କରିଥିଲେ ପାକିସ୍ତାନର ଏହି ଷ୍ଟାର ବୋଲର । ସତସତିକା ସାନିଟାଇଜର ନଲଗାଇଲେ ବି ମିଛିମିଛିକା ହାତ ସାନିଟାଇଜ କରିବାର ଅଭିନୟ କରିଥିଲେ। ହେଲେ ମାସ୍କ କିନ୍ତୁ ପିନ୍ଧିଥିଲେ । ଖୁସିରେ ସେ ଏପରି କରୁଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭଡିଓଟି । ଏମିତି ସେଲିବ୍ରେସନ କରିବା ଦ୍ୱାରା ସେ ସମଗ୍ର ବିଶ୍ୱକୁ କରୋନା ମହାମାରୀରୁ ବଞ୍ଚିବା ପାଇଁ ମାସ୍କ ଓ ସାନିଟାଇଜର ଜରୁରୀ ବୋଳି ବାର୍ତ୍ତା ମଧ୍ୟ ଦେଇଥିଲେ ।

Related posts

ମୁମ୍ବାଇ ଟିମରୁ ବାଦ ପଡିଲେ ବୋଲର ଜୋଫ୍ରା

ବିଶ୍ୱକପ ପୁର୍ବରୁ ବିରାଟ କହିଲେ ମୋଠାରୁ କିଛି ଆଶା ରଖନି

Odisha Sports Bureau

୨୦୨୨ରେ ହରଭଜନଙ୍କ ନୂଆ ଅବତାର

Odisha Sports Bureau