ଭୁବନେଶ୍ବର : ଚଳିତ ହକି ବିଶ୍ବକପ ଗ୍ରୁପ ବି, ର ଚିତ୍ର ଶେଷ ଲିଗ୍ ମ୍ୟାଚ ଲାଗି ରହିଲା । ଏହି ଗ୍ରୁପର ଦୁଇ ଶକ୍ତିଶାଳୀ ଦଳ ବେଲଜିୟମ୍ ଓ ଜର୍ମାନି ମଙ୍ଗଳବାର ରାତି ମ୍ୟାଚକୁ ୨-୨ ଗୋଲ୍ରେ ଅମୀମାଂସିତ ରଖିବାରୁ ସ୍ଥିତି ଅପରିବର୍ତିତ ରହିଛି। ଉଭୟ ଦେଶ ୪ ପଏଣ୍ଟ୍ ପାଇଁ ପ୍ରଥମ ଦୁଇ ସ୍ଥାନ କାଏମ ରଖିଛନ୍ତି। ମଙ୍ଗଳବାର ଏହି ଦୁଇ ୟୁରୋପୀୟ ଦେଶ ମଧ୍ୟ ଚମତ୍କାର ହକିର ନିଖୁଣ ନିଦର୍ଶନ ଦେଖାଇଥିଲେ। ଅଲିମ୍ପିକ୍ ଓ ବିଶ୍ବକପ୍ ବିଜେତା ବେଲଜିୟମ୍ ପ୍ରଥମେ ଗୋଲ୍ ଖାତା ଖୋଲି ଆଗୁଆ ହୋଇଯାଇଥିଲା । ଭାରତଠାରୁ ହାରି ଟୋକିଓ ଅଲିମ୍ପିକ୍ କାଂସ୍ୟ ପଦକ ଜିତିଥିବା ଜର୍ମାନି କିନ୍ତୁ ଆକ୍ରମଣାତ୍ମକ ହକି ଖେଳି ବେଲଜିୟମ୍କୁ ପାଣି ପିଆଇ ଦେଇଥିଲା । ଦଶମ ମିନିଟ୍ରେ ୧୦ ନମ୍ବର ଜର୍ସିରେ ଖେଳୁଥିବା ସେଡ୍ରିକ୍ ଚାର୍ଲିୟର୍ ଫିଲ୍ଡ ଗୋଲ୍ ଦେଇ କଳିଙ୍ଗ ସମ୍ପର୍କକୁ ଭଲରେ ଆରମ୍ଭ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ନିକଲାସ ୱେଲେନ୍ଙ୍କ ଫିଲ୍ଡ ଗୋଲ୍ ଜର୍ମାନିକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା । ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲେ ମଧ୍ୟ ଚତୁର୍ଥ କ୍ବାର୍ଟର ଘଟଣାବହୁଳ ତଥା ନାଟକୀୟ କ୍ଷଣମାନ ଯୋଡ଼ିଥିଲା । ୫୩ତମ ମିନିଟ୍ରେ ଟମ୍ ଗ୍ରାମ୍ବୁଶ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ୍ ଦେଇ ଜର୍ମାନିକୁ ୭ ମିନିଟ୍ ପୂର୍ବରୁ ପ୍ରଥମ ଥର ଅଗ୍ରଣୀ କରାଇଥିଲେ।
previous post