Hockey

ଭିକ୍ଟର ବଞ୍ଚାଇଲା ବେଲଞ୍ଜିୟମକୁ ଶେଷରେ କୋରିଆ ଜିତିଲା

ଭୁବନେଶ୍ବର : ଚଳିତ ହକି ବିଶ୍ବକପ ଗ୍ରୁପ ବି, ର ଚିତ୍ର ଶେଷ ଲିଗ୍ ମ୍ୟାଚ ଲାଗି ରହିଲା । ଏହି ଗ୍ରୁପର ଦୁଇ ଶକ୍ତିଶାଳୀ ଦଳ ବେଲଜିୟମ୍ ଓ ଜର୍ମାନି ମଙ୍ଗଳବାର ରାତି ମ୍ୟାଚକୁ ୨-୨ ଗୋଲ୍ରେ ଅମୀମାଂସିତ ରଖିବାରୁ ସ୍ଥିତି ଅପରିବର୍ତିତ ରହିଛି। ଉଭୟ ଦେଶ ୪ ପଏଣ୍ଟ୍ ପାଇଁ ପ୍ରଥମ ଦୁଇ ସ୍ଥାନ କାଏମ ରଖିଛନ୍ତି। ମଙ୍ଗଳବାର ଏହି ଦୁଇ ୟୁରୋପୀୟ ଦେଶ ମଧ୍ୟ ଚମତ୍କାର ହକିର ନିଖୁଣ ନିଦର୍ଶନ ଦେଖାଇଥିଲେ। ଅଲିମ୍ପିକ୍ ଓ ବିଶ୍ବକପ୍ ବିଜେତା ବେଲଜିୟମ୍ ପ୍ରଥମେ ଗୋଲ୍ ଖାତା ଖୋଲି ଆଗୁଆ ହୋଇଯାଇଥିଲା । ଭାରତଠାରୁ ହାରି ଟୋକିଓ ଅଲିମ୍ପିକ୍ କାଂସ୍ୟ ପଦକ ଜିତିଥିବା ଜର୍ମାନି କିନ୍ତୁ ଆକ୍ରମଣାତ୍ମକ ହକି ଖେଳି ବେଲଜିୟମ୍କୁ ପାଣି ପିଆଇ ଦେଇଥିଲା । ଦଶମ ମିନିଟ୍ରେ ୧୦ ନମ୍ବର ଜର୍ସିରେ ଖେଳୁଥିବା ସେଡ୍ରିକ୍ ଚାର୍ଲିୟର୍ ଫିଲ୍ଡ ଗୋଲ୍ ଦେଇ କଳିଙ୍ଗ ସମ୍ପର୍କକୁ ଭଲରେ ଆରମ୍ଭ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ନିକଲାସ ୱେଲେନ୍ଙ୍କ ଫିଲ୍ଡ ଗୋଲ୍ ଜର୍ମାନିକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା । ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲେ ମଧ୍ୟ ଚତୁର୍ଥ କ୍ବାର୍ଟର ଘଟଣାବହୁଳ ତଥା ନାଟକୀୟ କ୍ଷଣମାନ ଯୋଡ଼ିଥିଲା । ୫୩ତମ ମିନିଟ୍ରେ ଟମ୍ ଗ୍ରାମ୍ବୁଶ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ୍ ଦେଇ ଜର୍ମାନିକୁ ୭ ମିନିଟ୍ ପୂର୍ବରୁ ପ୍ରଥମ ଥର ଅଗ୍ରଣୀ କରାଇଥିଲେ।

Related posts

ହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍‌ବଲ ଟାଲେଣ୍ଟ ଏକାଡେମୀ

Odisha Sports Bureau

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

Odisha Sports Bureau

ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଗ୍ରାହାମ ରିଡ୍

Odisha Sports Bureau