Cricket

ଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ , ଭିଡିଓ ଭାଇରାଲ

ବିରାଟ କୋହଲି ମଇଦାନରେ ଭିନ୍ନ ମୁଡରେ ରୁହନ୍ତି । ବ୍ୟାଟିଙ୍ଗ ବେଳେ ଆକାରତ୍ମକ ମୁଡ ଏବଂ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ବିରାଟ କୋହଲି ଶାହରୁଖ ଖାନଙ୍କ ଗୀତ ଲୁଙ୍ଗି ଡ୍ୟାନ୍ସରେ ନାଚୁଥିବା ଦେଖିବାକୁ ମିଳିଛନ୍ତି । ଏସିଆ କପର ସୁପର-୪ରେ ଭାରତ-ଶ୍ରୀଲଙ୍କା ମ୍ୟାଚରେ କୋହଲି ଫିଲ୍ଡି ସମୟରେ ଷ୍ଟାଡିୟମରେ ଶାହରୁଖ ଖାନଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସର ଗୀତ ଲୁଙ୍ଗି ଡ୍ୟାନ୍ସ ବାଜିଥିଲା । ଆଉ ଗୀତ ବାଜିବା ପରେ ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ କୋହଲି । କୋହଲି ମଧ୍ୟ ଗୀତର ତାଳେ ତାଳେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଡ୍ୟାନ୍ସ ଦେଖି ଷ୍ଟାଣ୍ଡରେ ବସିଥିବା ଦର୍ଶକ ଚିତ୍କାର କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଏହି ଡ୍ୟାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି ।

Related posts

ଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନ

Odisha Sports Bureau

ଫ୍ଲେକ୍ସିବିଲିଟି ପ୍ରଶ୍ନ ଉପରେ କ୍ୟାପଟେନ ରୋହିତ ଶର୍ମାଙ୍କ ଜବାବ ଭାଇରାଲ

Odisha Sports Bureau

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି