Cricket

ବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମ

ମୁମ୍ବାଇ  : ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଜଣେ କ୍ରିକେଟ୍ର ଭାବେ ଏପରି ଉପଲବ୍ଧି ହାସଲ କରିବାରେ ବିରାଟ ସାଜିଛନ୍ତି ପ୍ରଥମ ଖେଳାଳି । ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ରୁ ଅଧିକ ରନ୍ ହାସଲ କରିବାରେ ନୂଆ କୀର୍ତ୍ତିମାନ କରିଛନ୍ତି ବିରାଟ । ଆଉ କିମ୍ବଦନ୍ତୀ ବ୍ୟାଟର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି ।

ବିରାଟ କୋହଲି ସବୁଠୁ ଅଧିକ ୭ଥର ଏହି କୀର୍ତ୍ତିମାନ ହାସଲ କରିଛନ୍ତି । କୋହଲି ୨୦୧୨ରେ ୨୧୮୬ ରନ୍ ହାସଲ କରିଥିଲେ । ଏହାପଛକୁ ୨୦୧୪ରେ ୨୨୮୬ ରନ୍ । ସେଇପରି ୨୦୧୬ରେ ୨୫୯୫ ରନ୍ କରିଥିଲେ। ଏହାପଛକୁ ୨୦୧୭ରେ ୨୮୧୮ ରନ୍ ସେହିପରି ୨୦୧୮ରେ ୨୭୩୫ ରନ୍ହାସଲ କରିଥିଲେ । ୨୦୧୯ରେ ୨୪୫୫ ରନ୍ କରିଥିଲେ ଶେଷରେ ୨୦୨୩ରେ ୨୦୪୮ ରନ୍ ସଂଗ୍ରହ କରିଛନ୍ତି ।

ପୂର୍ବରୁ ଏହି ରେକର୍ଡ ସଙ୍ଗାକାରାଙ୍କ ନାଁ ରେ ରହିଥିଲା । ଲଗାତର ୬ଟି କ୍ୟାଲେଣ୍ଡର ବର୍ଷରେ ୨ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ୨୦୧୩ ରୁ ୨୦୦୪ରେ ପର୍ଯ୍ୟନ୍ତ ୨୦୦୦ରୁ ଅଧିକ ରନ କରିଥିଲେ । ଏହି ତାଲିକାରେ ଆଉ ଜଣେ ଶ୍ରୀଲଙ୍କା ବ୍ୟାଟସମ୍ୟାନ୍ ମାହେଲା ଜୟବର୍ଦ୍ଦନେ ରହିଥିଲେ । ସେ ଲଗାତର ଭାବେ ୫ ବର୍ଷ ୨ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ ।

Related posts

ଆଇସିସି ପ୍ରମୋରେ ନଜର ଆସିଲେ ଓଡ଼ିଆ ପୁଅ ପିଣ୍ଟୁ

Odisha Sports Bureau

ମ୍ୟାଚ ଜିତିବାକୁ ରାଜସ୍ଥାନ ରୟାଲର ଆପ୍ରାଣ ଉଦ୍ୟମ

Odisha Sports Bureau

ବିଖ୍ୟାତ ତାମିଲ କ୍ରିକେଟ କମେଣ୍ଟେଟର ଅବଦୁଲ ଜବାରଙ୍କ ପରଲୋକ

Odisha Sports Bureau