Cricket

ପରିବାର ପାଇଁ ନୁହେଁ ଏହି କାରଣରୁ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବେ ବିରାଟ କୋହଲି !

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବେ ବିରାଟ କୋହଲି । ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି, ଯେଉଁଥିରେ କୁହାଯାଇଛି ଯେ ଜୁନ୍ ମାସରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରୁ ତାଙ୍କୁ ବାଦ୍ ଦିଆଯାଇପାରେ। ୨୦୨୨ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ବିରାଟ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ହେଲେ ଏଥର ତାଙ୍କୁ ସୁଯୋଗ ମିଳିବ କି ନହିଁ, ତାହା ସ୍ପଷ୍ଟ ‌ହୋଇପାରିନାହିଁ। ଚଳିତ ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୱେଷ୍ଟଇଣ୍ଡିଜର ମନ୍ଥର ପିଚ୍ ବିରାଟ କୋହଲିଙ୍କ ପାଇଁ ଅନୁକୂଳ ହେବ ନାହିଁ ବୋଲି ବିସିସିଆଇ ତାଙ୍କୁ ବାଦ୍ ଦେବାକୁ ଚିନ୍ତା କରୁଛି । ଏହା ମଧ୍ୟ କୁହାଯାଉଛି ଯେ, ନବାଗତଙ୍କୁ ସୁଯୋଗ ଦେବା ପାଇଁ ବିରାଟଙ୍କୁ ବାଦ୍ ଦିଆଯିବ। ତାଙ୍କୁ ଏନେଇ ବୁଝାଇବା ଦାୟିତ୍ବ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କୁ ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ବିରାଟଙ୍କ ଟି-୨୦ ବିଶ୍ବକପ ଖେଳିବା ନେଇ ସ୍ପଷ୍ଟ ସୂଚନା ଆସିପାରି ନାହିଁ।

ଏହା ପୂର୍ବରୁ ବିରାଟ ଆଇପିଏଲ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ବିରାଟଙ୍କୁ ନେଇ ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କର କହିଥିଲେ ଯେ, “ସେ କ’ଣ ଖେଳିବେ କି? କିଛି କାରଣ ପାଇଁ ସେ ବର୍ତ୍ତମାନ ଖେଳୁନାହାନ୍ତି। ଏଭଳି ବି ହୋଇପାରେ‌ ଯେ, ସେ ଆଇପିଏଲ-୨୦୨୪ ପାଇଁ ବି ଖେଳିନପାରନ୍ତି।” ତାଙ୍କର ଏଭଳି ବୟାନ ପରେ ବିରାଟ ଆଇପିଏଲ ଖେଳିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏସବୁ ଚର୍ଚ୍ଚା ହେଉଥିଲେ ବି ବିରାଟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Related posts

ଆଇପିଏଲରୁ ବିଦାୟ ନେଲେ ମର୍କ୍ସ ଉଡ

Odisha Sports Bureau

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ରୋୟଲ୍ସ

Odisha Sports Bureau

ଦିନିକିଆ ବିଶ୍ୱକପ: ଭାରତ ଆସିବେନିକି ପାକିସ୍ତାନ ?