Cricket

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ କୋହଲିଙ୍କ ହାତରେ କେବଳ ଟେଷ୍ଟ ଟିମର ଅଧିନାୟକ ପଦ ରହିଛି । ତେବେ ଏହାପରେ ପ୍ରଶଂସକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିନ୍ତୁ ଏହାପରେ ମଧ୍ୟ ବିରାଟଙ୍କ ନାମରେ ରହିଛି ଏମିତି କିଛି ରେକର୍ଡ, ଯାହା ଭାଙ୍ଗିବା କଷ୍ଟକର । ଅଧିନାୟକ ଭାବରେ ଅନେକ କିଛି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି କିଙ୍ଗ କୋହଲୀ ।

T20 World Cup 2021: "Virat Kohli has the worst toss record in the last 50 years" - Aakash Chopra

ଟି-୨୦ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ ୩୦୦୦(୩୨୨୭) ରନ ପୂରଣ କରିଛନ୍ତି ବିରାଟ । ପ୍ଲେୟର ଅଫ ଦ ସିରିଜ ପାଇବାରେ ବି ଖୁବ ଆଗରେ ଅଛନ୍ତି କୋହଲୀ । ୭ ଥର ପ୍ଲେୟର ଅଫ ଦ ସିରିଜ ଭାବେ କୋହଲୀ ବିବେଚିତ ହୋଇଛନ୍ତି । ଏହାବ୍ୟତୀତ ଟି-୨୦ରେ ବିଶ୍ୱର ପ୍ରଥମ ଖେଳାଳୀ ଭାବେ ୫୦ ରୁ ଅଧିକ(୫୨.୦୪) ଆଭରେଜ ରଖିଛନ୍ତି ବିରାଟ । ସେହିପରି ବିଶ୍ୱର କୌଣସି ବି ଦେଶ ସହ କମ୍ ମ୍ୟାଚ୍ ଖେଳି ସବୁଠାରୁ ଅଧିକ ଦିନିକିଆ ଶତକ ମାରିଥିବା ରେକର୍ଡ କୋହଲିଙ୍କ ନାଁରେ ରହିଛି । କୋହଲି ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ୯ଟି ଶତକ ଲଗାଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର ।

Virat Kohli achieves staggering milestone with brilliant fifty against Pakistan in T20 World Cup 2021 clash, Sports News | wionews.com

ଦିନିକିଆ ଫର୍ମାଟରେ ସବୁଠାରୁ ଦ୍ରୁତ ୧୨୦୦୦ ରନ୍ କରିବାରେ ଆଗରେ ବିରାଟ । ସେ ୨୪୨ ଇନିଂସରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି । ସେ ୩୦୦ଟି ଇନିଂସରେ ୧୨ ହଜାର ରନ୍ କରିଥିଲେ । କୋହଲି ପଦାର୍ପଣ କରିବାର ୧୨ ବର୍ଷ ୧୦୬ ଦିନ ମଧ୍ୟରେ ଏହି ଉପଲବ୍ଧି ହାସଲ କରିପାରିଥିଲେ ।

Virat Kohli as captain: A tale of sugar and spice and everything nice, Sports News | wionews.com

ଆଇପିଏଲରେ ମଧ୍ୟ କୋହଲୀ କିଙ୍ଗ । ୬୦୦୦ ରନ ପୂରଣ କରିବାରେ ପ୍ରଥମ ଖେଳାଳୀ ହେଉଛନ୍ତି ବିରାଟ କୋହଲୀ । ମାତ୍ର ୨୦୭ ମ୍ୟାଚ ସେ ସଂଗ୍ରହ କରିଛନ୍ତି ୬୨୮୩ ରନ ।

IPL 2020: Virat Kohli's flawed T20 batting template

Related posts

ଧୋନିଙ୍କ ଗ୍ୟାରେଜ ଦେଖି ମୁଣ୍ଡ ଘୂରେଇଯିବ

Odisha Sports Bureau

ବିସିସିଆଇ ଦକ୍ଷିଣ ଅଫ୍ରିକା ଗସ୍ତ ପୂର୍ବରୁ ୩ଟି ଫର୍ମାଟରେ ଟିମ ଘୋଷଣା କରିଛନ୍ତି

Odisha Sports Bureau

ନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଛନ୍ତି ୱାଶିଂଟନ ସୁନ୍ଦର

Odisha Sports Bureau