Cricket

ଓଭାଲରେ ବିରାଟ ରେକର୍ଡ

ନୂଆଦିଲ୍ଲୀ: ଓଭାଲରେ ଭାରତର ବିଜୟ ପାଲଟିଛି ଏକ ଐତିହାସିକ ବିଜୟ । ୧୫୭ ରନରେ ିଂଲଣ୍ଡକୁ ହରାଇବା ସହ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଭାରତ ନାମକୁ ଲିପିବଦ୍ଧ କରାଇଛି ବିରାଟ ବାହିନୀ । ବର୍ଷେ କି ୧୦ ବର୍ଷ ନୁହେଁ ଦୀର୍ଘ ୫୦ ବର୍ଷର ରେକର୍ଡକୁ ଭାଙ୍ଗିଛି ଇଣ୍ଡିଆ । ୫୦ ବର୍ଷ ପରେ କୌଣସି ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି । ଏହି ଗ୍ରାଉଣ୍ଡରେ ଥିବା ଭାରତର ପରାଜୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି ବିରାଟ ସେନା । ଶେଷ ଥର ପାଇଁ ଏହି ଗ୍ରାଉଣ୍ଡରେ ଭାରତ ୧୯୭୧ ମସିହାରେ ବିଜୟ ହାସଲ କରିଥିଲା । ଦ ଓଭାଲରେ ଆଜି ପର୍ଯ୍ୟନ୍ତ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ମାତ୍ର ଗୋଟିଏରେ ବିଜୟ ହାସଲ କରିପାରିଥିଲା । ତେବେ ଅନ୍ୟ ୫ଟି ମ୍ୟାଚ ପରାଜୟ ବରଣ କରିଥିବା ବେଳେ ୭ଟି ମ୍ୟାଚ ଡ୍ର ରହିଛି । ୧୯୭୧ ମସିହାର ଏହି ମ୍ୟାଚରେ ବି ଏସ ଚନ୍ଦ୍ରଶେଖରଙ୍କ ଦମଦାର ବୋଲିଂ ବଳରେ ଭାରତ ୪ ୱିକେଟରେ ବିଜୟ ଲାଭ କରିଥିଲା ।

ଓଭାଲରେ ଭାରତର ରେକର୍ଡ :-
୧୯୩୬ (ଅଗଷ୍ଟ ୧୫-୧୮)- ୯ ୱିକେଟରେ ଭାରତ ପରାଜିତ
୧୯୪୬ (ଅଗଷ୍ଟ ୧୭-୨୦)- ଡ୍ର
୧୯୫୨ (ଅଗଷ୍ଟ ୧୪-୧୯)- ଡ୍ର
୧୯୫୯ (ଅଗଷ୍ଟ ୨୦-୨୪)- ଇନିଂସ ଓ ୨୭ ରନରେ ଇଂଲଣ୍ଡ ବିଜୟୀ
୧୯୭୧ (ଅଗଷ୍ଟ ୧୯-୨୪)- ୪ ୱିକେଟରେ ଭାରତ ବିଜୟୀ
୧୯୭୯ (ଅଗଷ୍ଟ ୩୦- ସେପ୍ଟେମ୍ବର ୪)- ଡ୍ର
୧୯୮୨ (ଜୁଲାଇ ୮-୧୩)- ଡ୍ର
୧୯୯୦ (ଅଗଷ୍ଟ ୨୩-୨୮)- ଡ୍ର
୨୦୦୨ (ସେପ୍ଟେମ୍ବର ୫-୯)- ଡ୍ର
୨୦୦୭ (ଅଗଷ୍ଟ ୯-୧୧)- ଡ୍ର
୨୦୧୧ (ଅଗଷ୍ଟ ୧୮-୨୨)- ଇନିଂସ ଓ ୮ ରନରେ ଇଂଲଣ୍ଡ ବିଜୟୀ
୨୦୧୪ (ଅଗଷ୍ଟ ୧୫-୧୭)- ଇନିଂସ ଓ ୨୪୪ ରନରେ ଇଂଲଣ୍ଡ ବିଜୟୀ
୨୦୧୮ (ସେପ୍ଟେମ୍ବର ୭-୧୧)- ୧୧୮ ରନରେ ଇଂଲଣ୍ଡ ବିଜୟୀ
୨୦୨୧ (ସେପ୍ଟେମ୍ବର ୨-୬)- ୧୫୭ ରନରେ ଭାରତ ବିଜୟୀ

Related posts

୫୦ଉଇକେଟ ନେଇ ଧୋନିଙ୍କୁ ପଛରେ ପକାଇଲେ ଋିଷଭ

Odisha Sports Bureau

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

Odisha Sports Bureau

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau