Cricket

ଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ବିରାଟ ରୋହିତ

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଏହି ଗସ୍ତରେ ତିନୋଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଏହି ଟୁର ପାଇଁ ଭାରତର ଦୁଇ ପମୁଖ ଖେଳାଳୀ ବିରାଟ କୋହଲୀ ଏବଂ ରୋହିତ ଶର୍ମା ଉପଲବ୍ଧ ରହିବେ ନାହିଁ ବୋଲି ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି । ଭାରତର ଶ୍ରୀଲଙ୍କା ଗସ୍ତ ସମୟରେ ଏ ଦୁହିଁଙ୍କ ବ୍ୟତୀତ ଅନ୍ୟ କିଛି ପ୍ରମୁଖ ସଦସ୍ୟ କୋହଲୀଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚମ୍ପିଅନସିପ ପାଇଁ ଇଂଲଣ୍ଡ ଗସ୍ତରେ ସାମିଲ ହେବେ । ଏହା ପରେ ଇଂଲଣ୍ଡ ବିପକ୍ଷରେ ଅଗଷ୍ଟ ୪ତାରିଖରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳାଯିବ । ପିଟିଆଇ ସହ ଆଲୋଚନା ସମୟରେ ଏ ନେଇ ସୈାରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ।
ଭାରତୀୟ ସିନିୟର ଦଳ ଇଂଲଣ୍ଡରେ ଥିବାରୁ ଶ୍ରୀଲଙ୍କା ଟୁରରେ ଦଳର ଯୁବ ଖେଳାଳୀମାନଙ୍କୁୁ ସୁଯୋଗ ମିଳିବ । ତେବେ ଟେଷ୍ଟ ଚମ୍ପିଅନସିପରୁ ବାଦ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା,ଶିଖର ଧୱନ ଏବଂ ଭୁବନେଶ୍ୱର କୁମାର ଶ୍ରୀଲଙ୍କା ଗସ୍ତରେ ସାମିଲ ହୋଇପାରନ୍ତି । ଏମାନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ,ଇଶାନ କିଶାନ, ପୃଥ୍ୀ ଓ ଭଳି ଖେଳାଳୀମାନଙ୍କୁ ଏହି ସିରିଜରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିବ ।

Related posts

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

Odisha Sports Bureau

ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନେଲା ଭାରତ

Odisha Sports Bureau

ଆଇପିଏଲ୍‌ରୁ ବାଦ ପଡ଼ିଲେ ଦ୍ରୁତ ବୋଲର ଦୀପକ ଚହର

Odisha Sports Bureau