Uncategorized

ଅଧିନାୟକଙ୍କ ଦମଦାର୍ ପ୍ରଦର୍ଶନ, ବାକି ସବୁ ରହିଗଲେ ପଛରେ, ଆମେରିକା ଆଗରେ ୧୬୨ ଟାର୍ଗେଟ୍

ମୁମ୍ବାଇ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ USA ଦଳର ବୋଲରମାନେ ଭାରତୀୟ ଦର୍ଶକଙ୍କୁ ହତବାକ୍ କରିଦେଇଛନ୍ତି। ବିସ୍ଫୋରକ ବ୍ୟାଟସମ୍ୟାନ୍‌ମାନଙ୍କୁ USA ବୋଲରଙ୍କ ସମ୍ମୁଖରେ ପ୍ରତ୍ୟେକ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଏକ ପରେ ଏକ ୱିକେଟ୍ ଖସୁଥିବା ବେଳେ ରନ୍ ଗତି ମଧ୍ୟ ବହୁତ ମନ୍ଥର ରହିଥିଲା। ଏହି ସଂକଟ ମୁହୂର୍ତ୍ତରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ଦୃଢ଼ ଭାବେ ଖେଳିଥିଲେ । ପ୍ରଥମେ ସେ ଧୈର୍ଯ୍ୟର ସହ ବ୍ୟାଟିଂ କଲେ ଓ ପରେ ନିଜ ସ୍ୱାଭାବିକ ଷ୍ଟ୍ରୋକ୍ ଖେଳି ଦଳର ସ୍କୋରକୁ ୧୫୦ ପାର କରାଇଦେଲେ। ଏକ ସମୟରେ ଭାରତ ୧୨୫ ରନ୍ ମଧ୍ୟ ପହଞ୍ଚିପାରିବନି ବୋଲି ଲାଗୁଥିଲା, କିନ୍ତୁ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ୮୪ ରନ୍‌ର ଅଦ୍ଭୁତ ପାଳି ଯୋଗୁଁ ଭାରତ ୧୬୧ ରନ୍‌ର ସମ୍ମାନଜନକ ସ୍କୋର କରିପାରିଲା।

ଭାରତୀୟ ମୂଳର ଖେଳାଳିମାନଙ୍କୁ ନେଇ ସଜିଥିବା USA ଦଳ ଅପେକ୍ଷାରୁ ଅଧିକ ଶକ୍ତିଶାଳୀ ପ୍ରଦର୍ଶନ କଲା। ଭାରତ ପାଇଁ ଅଭିଷେକ ଶର୍ମା ଓ ଶିଭମ୍ ଦୁବେ ଶୂନ୍ୟରେ ଆଉଟ୍ ହେଲେ। ରିଙ୍କୁ ସିଂହ ୧୪ ବଲ୍‌ରେ ରନ୍ କରିଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୬ ବଲ୍‌ରେ ୫ ରନ୍ କରି ପାଭିଲିଅନ୍ ଫେରିଗଲେ।ପାୱାରପ୍ଲେରେ ମାତ୍ର ୪ଟି ୱିକେଟ୍ ହରାଇବା ପରେ ଭାରତ ୭୨ ଓ ୭୭ ରନ୍‌ରେ ପଞ୍ଚମ ଓ ଷଷ୍ଠ ୱିକେଟ୍ ହରାଇଥିଲା। ସମସ୍ତ ତାରକା ବ୍ୟାଟସମ୍ୟାନ୍ ଆଉଟ୍ ହୋଇଯାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଏକା ଦଳକୁ ଟାଣିନେଲେ। ସେ ୪୯ ବଲ୍‌ରେ ୧୦ ଚୌକା ଓ ୪ ଛକା ସହ ୮୪ ରନ୍ କରିଥିଲେ। ଅକ୍ଷର ପଟେଲ ୧୧ ବଲ୍‌ରେ ୧୪ ରନ୍ ଯୋଗାଇଥିଲେ। USA ପକ୍ଷରୁ ଶେଡଲି ଭାନ୍ ଶାଲ୍କୱିକ୍ ୪ ଓଭରରେ ୨୫ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ହରମୀତ ସିଂହ ୨୬ ରନ୍‌ରେ ୨ ୱିକେଟ୍ ନେଇଥିଲେ। ମହମ୍ମଦ ମୋହସିନ୍ ୪ ଓଭରରେ ମାତ୍ର ୧୬ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

Related posts

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ନୀରୋଜ ଚୋପ୍ରା

Odisha Sports Bureau

ଲୁସାନେ ଡାଇମଣ୍ଡ ଲିଗରେ ପୁଣି ଥରେ କମାଲ କରିଛନ୍ତ ନୀରଜ ଚୋପ୍ରା

Odisha Sports Bureau

୨ୟ ଟେଷ୍ଟ ଖେଳିବେ ଭାରତର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ

Odisha Sports Bureau