Badminton

ଓଡିଆ ହିରୋଙ୍କୁ ସ୍ୱାଗତ

ଭୁବନେଶ୍ୱର: ଓଡିଶାକୁ ଫେରିଲେ ରାଜ୍ୟ ପାଇଁ ତଥା ଦେଶ ପାଇଁ ଗୌରବ ଆଣିଥିବା ଓଡିଆ ମାଟିର ସୁନା ପୁଅ । ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡିଆ ପୁଅ ପ୍ରମୋଦ ଭଗତ ଆଜି ଆସି ଓଡିଶାରେ ପହଞ୍ଚିଛନ୍ତି । ରାଜଧାନୀ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡିଶାର ମଉଡମଣୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଓଡିଶାବାସୀ । ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଇତିହାସ ରଚିଛନ୍ତି ପ୍ରମୋଦ । ଏହାପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି । ଏହା ସହିତ ତାଙ୍କୁ ଗୃପ ‘ଏ’ ଚାକିରିରେ ନିୟୋଜିତ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।

Related posts

ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତ

ବ୍ୟାଡମିଣ୍ଟନ ଖେଳକୁ ବାଏ ବାଏ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି

Odisha Sports Bureau