Cricket

ୱେଷ୍ଟଇଣ୍ଡିଜ୍ ଦଳର ବିପର୍ଯ୍ୟୟ: ଅସନ୍ତୋଷ ପ୍ରକଟ କଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ଇତିହାସରେ ୱେଷ୍ଟଇଣ୍ଡିଜ୍ ଦଳ ଯୋଗ୍ୟତା ଅର୍ଜନ ନ କରିପାରିବାରୁ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ପୂର୍ବତନ ଖେଳାଳିମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି । ଦୁଇ ଥରର ବିଶ୍ବକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଦଳର ବିପର୍ୟ୍ୟୟ ପାଇଁ ସେଠାକାର ଆଞ୍ଚଳିକ ରାଜନୀତିକୁ ଦୋଷ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବୀରେନ୍ଦ୍ର ସେହବାଗ। ୱେଷ୍ଟଇଣ୍ଡିଜର ବିଭିନ୍ନ କ୍ରିକେଟ୍ ସଂଘ ରାଜନୀତିରୁ ମୁକ୍ତ ରହିବା ସହିତ ଭଲ ପରିଚାଳନା ଉପରେ ଗୁରୁତ୍ବ ଦେବାକୁ ସେ କହିଥିଲେ । ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିନପାରିବା ଏକ ଲଜ୍ଜାଜନକ ବିଷୟ। ରାଜନୀତିଠୁ ଦୁରରେ ରହି ସୁପରିଚାଳନା ଉପରେ ଗୁରୁତ୍ୱ ଦେଲେ ୱେଷ୍ଟଇଣ୍ଡିଜ୍ ଦଳ ଆଗକୁ ବଢ଼ିପାରିବ ବୋଲି ସେହବାଗ ପ୍ରକାଶ କରିଛନ୍ତି।

୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ମଦନ ଲାଲ କହିଛନ୍ତି ଟ୍ବେଣ୍ଟି-୨୦ କ୍ରିକେଟକୁ ଅଗ୍ରାଧିକାର ଦେବାରୁ ଏହି ଫଳ ମିଳିଛି। ଦେଶ ପାଇଁ ଖେଳିବା ଅପେକ୍ଷା ସଭିଏଁ ଟ୍ବେଣ୍ଟି-୨୦ ଲିଗରେ ଖେଳିବାକୁ ବ୍ୟଗ୍ର। ବିଗତ କିଛି ବର୍ଷ ହେବ ସେମାନଙ୍କ ଖେଳର ସ୍ତର ତଳମୁହାଁ ହୋଇଥିଲା। ୨୦୧୨ ଏବଂ ୨୦୧୬ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରଠାରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ପତନମୁହାଁ ହୋଇଥିଲା ବୋଲି ପୂର୍ବତନ ଟେଷ୍ଟ୍ ଓପନର୍ ଆକାଶ ଚୋପ୍ରା ପ୍ରକାଶ କରିଛନ୍ତି। ଏହି ଦଳ ତଳକୁ ଖସିଯିବା ପରେ ଉଠିବା ଏକମାତ୍ର ବାଟ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଖେଳାଳି ୱାସିମ୍ ଜାଫର।

Related posts

ଭାରତକୁ ୨୩୭ ରନର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ ।

Odisha Sports Bureau

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

Odisha Sports Bureau