Cricket

କିଏ ଭାରତର ସଫଳ ଅଧିନାୟକ?

ନୂଅ।ଦିଲ୍ଲୀ: ଦିନିକିଅ। ବିଶ୍କପକୁ ଅ।ଉ ମାତ୍ର ଗୋଟିଏ ମାସ ବାକି ରହିଛି | ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା | ପ୍ରଥମ ଥର ପାଇଁ ଦିନିକିଅ। ଅଧିନାୟକ ଭାବରେ ସେ ବିଶ୍ୱକପ ଖେଳିବାକୁ ଯାଉଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଦଳରେ ସାମିଲ ରହିଛନ୍ତି | ଏହାବ୍ୟତୀତ ଭାରତର ଅନ୍ୟ ଜଣେ ପୂର୍ବତନ ଅଧିନାୟକ ବର୍ତ୍ତମାନ ଦଳର କୋଚ୍ ଭାବରେ ରୋହିତଙ୍କ ସହ ରହିଛନ୍ତି | ତେବେ ବିଶ୍ୱକପରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ ସବୁଠାରୁ ସଫଳ କ୍ୟାପ୍ଟେନ କିଏ?

୧୯୭୫ ମସିହାରେ ଦିନିକିଅ। ବିଶ୍ୱକପ ଅ।ରମ୍ଭ ହୋଇଥିବା ବେଳେ ୨୦୧୯ ଟୁର୍ଣ୍ଣାମେଣ୍ଟ ସୁଦ୍ଧା ୭ ଜଣ ଖେଳାଳି ଅଧିନାୟକ ପଦ ସମ୍ଭାଳିଛନ୍ତି । କିନ୍ତୁ ୧୯୮୩ରେ କପିଲ ଦେବ ଏବଂ ୨୦୧୧ ମସିହାରେ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ଭାରତ ବିଶ୍ୱବିଜୟୀ ହେବାରେ ସଫଳ ହୋଇଛି । ତେବେ ବର୍ତ୍ତମାନର କୋଚ୍ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ବିଶ୍ୱକପରେ ସର୍ବାଧିକ ମ୍ୟାଚ ପରାସ୍ତ ହୋଇଛି ।

ସେହିପରି ଏସ ଭେଙ୍କଟରାଘବନ୍ ମଧ୍ୟ ରାହୁଲଙ୍କ ସହ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଉଭୟ ଅଧିନାୟକ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଛନ୍ତି । ଦିନିକିଅ। ବିଶ୍ୱକପରେ ଧୋନୀ ହେଉଛନ୍ତି ଭାରତର ସବୁଠାରୁ ସଫଳ ଅଧିନାୟକ | ତାଙ୍କ ନେତୃତ୍ୱରେ ଭାରତ ସର୍ବାଧିକ ମ୍ୟାଚରେ ବିଜୟୀ ହୋଇଛି । ସେ ୨୦୧୧ ଏବଂ ୨୦୧୫ ବିଶ୍ୱକପରେ ମୋଟ ୧୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ୧୪ଟି ମ୍ୟାଚରେ ଦଳ ବିଜୟଲାଭ କରିଛି ଏବଂ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୨୦୧୧ରେ ଶ୍ରୀଲଙ୍କାକୁ ମାତ ଦେଇ ଦଳ ବିଶ୍ୱକପ ଚମ୍ପିଆନ ।କିନ୍ତୁ ୨୦୧୫ରେ ଅଷ୍ଟ୍ରେଲିଅ। ବିପକ୍ଷ ସେମି ଫାଇନାଲରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ୍ ପଡ଼ି଼ିଥିଲା ଧୋନୀବାହିନୀ । ପୂର୍ବତନ ଅଧିନାୟକ କପିଲ ଦେବ(୧୯୮୩ ଓ ୧୯୮୭) ଭାରତର ଦ୍ିତୀୟ ସଫଳ ଅଧିନାୟକ କପିଲଙ୍କ ନେତୃତ୍ବରେ ଭାରତ ୧୫ଟି ମ୍ୟାଚରୁ ୧୧ଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ତାଙ୍କ ନେତୃତ୍ୱରେ ହିଁ ଭାରତ ୧୯୮୭ ମସିହାରେ ପ୍ରଥମ ବିଶ୍ୱକପ ଜିତିଥିଲା । ସର୍ବାଧିକ ବିଶ୍ୱକପ ଖେଳିଥିବା ଅଧିନାୟକ ହେଉଛନ୍ତି ମହମ୍ମଦ ଅଜାରୁଦ୍ଦିନ ।

୧୯୯୨, ୧୯୯୬ ଏବଂ ୧୯୯୯ ମସିହାରେ ମୋଟ ୨୩ଟି ମ୍ୟାଚରୁ ୧୦ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତେବେ ୧୯୯୨ ମସିହାରେ ଭାରତ ଗ୍ରୁପ ରାଉଣ୍ଡରୁ ବାଦ୍ ପଡ଼ିଥିବା ବେଳେ ୧୯୯୬ରେ ସେମି ଫାଇନାଲ ଏବଂ ୧୯୯୯ରେ ସୁପର-୬ରୁ ଭାରତ ଫେରିଥିଲା । ୨୦୦୩ ବିଶ୍ୱକପରେ ସୌରଭ ଗାଙ୍ଗୁଲିଙ୍କ ନେତୃôରେ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଅ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୧୧ ଟି ମ୍ୟାଚ ଖେଳିଥିବା ବେଳେ ୯ ଟି ମ୍ୟାଚରେ ଦାଦାଙ୍କ ଦଳ ବିଜୟଲାଭ କରିଥିଲା ଏବଂ ୨ଟି ମ୍ୟାଚରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଏହାପରେ ଗତ ୨୦୧୯ ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ ବିରାଟ କୋହଲି । ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ ବାହିନୀ ୯ଟି ମ୍ୟାଚ ଖେଳି ୭ଟି ବିଜୟୀ ହୋଇଥିଲେ ଏବଂ ୨ଟି ମ୍ୟାଚ ପରାସ୍ତ ହୋଇଥିଲେ । ତେବେ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇ ବିରାଟ ବାହିନୀ ବିଶ୍ୱକପକୁ ହାତଛଡ଼ା କରିଥିଲା । ଶେଷରେ ଭେଙ୍କଟରାଘବନ ୧୯୭୫ ଏବଂ ୧୯୭୯ ବିଶ୍କପରେ ଦଳର ନେତୃତ୍ୱ ନେଇ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିଲେ । ସେହିପରି ରାହୁଲ ଦ୍ରାବିଡ ୨୦୦୭ ବିଶ୍ୱକପରେ ଅଧିନାୟକ ଭାବରେ ମାତ୍ର ଗୋଟିଏ ମ୍ୟାଚ ଜିତିଥିଲେ । ଉଭୟଙ୍କ ନେତୃତ୍ୱରେ ଭାରତ ପ୍ରଥମ ରାଉଣ୍ଡରୁ ହିଁ ବିଶ୍ୱକପରୁ ବିଦା ହୋଇଛି |

Related posts

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ 

Odisha Sports Bureau

ସେମିଫାଇନାଲ ସହ ସମାନ ଶ୍ରୀଲଙ୍କା-ପାକ୍ ମ୍ୟାଚ

Odisha Sports Bureau

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ

Odisha Sports Bureau