Cricket

ରୋହିତଙ୍କ ପରେ କିଏ ହେବ ଦଳର ଅଧିନାୟକ ?

ଟେଷ୍ଟ କ୍ରିକେଟକୁ ଆଇପିଏଲ୍ ମଝିରେ ଅଲବିଦା କହିଛନ୍ତି ରୋହିତ ଶର୍ମା । ଏଭଳି ହଠାତ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରିଛି । ଭାରତ ଆଗକୁ ଇଂଲଣ୍ଡ ଗସ୍ତରେ ଥିବା ବେଳେ ଦଳର ଅଧିନାୟକ କିଏ ରହିବେ ତା’କୁ ନେଇ ପ୍ରଶ୍ନ ଉଠିଛି । ଏହି ରେସରେ ଋଷଭ ପନ୍ତ, ଜଶପ୍ରିତ ବୁମରା ଏବଂ ଶୁଭମନ ଗିଲଙ୍କ ନାଁ ରହିଛି । ଅଧିକାଂଶ ପୂର୍ବତନ କ୍ରିକେଟରମାନେ ଶୁଭମନ ଅଧିନାୟକ ହୁଅନ୍ତୁ ବୋଲି ଦାବି କରିଛନ୍ତି । ହେଲେ ଏହାକୁ ନେଇ ପୂର୍ବତନ ଭାରତୀୟ ଦଳର ଚୟନକର୍ତ୍ତା ଏସକେ ପ୍ରସାଦ ଅଗରକରଙ୍କ ଚୟନକର୍ତ୍ତା ଟମୁକ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଜଣାଇଛନ୍ତି ଯେ, ଅଧିନାୟକ କରିବା ପୂର୍ବରୁ ଇଂଲଣ୍ଡରେ ଗିଲଙ୍କ ରେକର୍ଡ କେମିତି ରହିଛି ଏହା ଉପରେ ପ୍ରଥମେ ନଜର ପକାଇବା ଆବଶ୍ୟକ । ଶୁଭମନ ଏବେ ଭଲ ଫର୍ମରେ ରହିଛନ୍ତି । ଯଦି ସେ ଅଧିନାୟକ ରହିବେ ତାହେଲେ ତାଙ୍କ ଉପରେ ଚାପ ରହିବ । ସେହି ଦୃଷ୍ଟିରୁ ଅଧିନାୟକ ହେବା ପାଇଁ ବୁମରା ଭଲ ବିକଳ୍ପ ହେବେ । ତେଣୁ ଗିଲଙ୍କୁ ଉପଅଧିନାୟକ ପଦ ଦେବା ଠିକ୍ ରହିବ । ଏହାପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ବିଦେଶ ମାଟିରେ ବୁମରାଙ୍କ ଅଧିନାୟକତ୍ବରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଏସକେ ପ୍ରସାଦ ଏକ ଇଣ୍ଟରଭିୟ୍ୟୁ ସମୟରେ କହିଛନ୍ତି । ତେବେ ବିସିସିଆଇ ଆଗାମୀ ଦିନରେ କଣ ନିଷ୍ପତ୍ତି ନେଉଛି ଏବଂ କାହାକୁ ଅଧିନାୟକ କରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Related posts

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ

ପୃଥ୍ଵୀ ଶଙ୍କ ଖେଳ ଦେଥିବାକୁ ପହଞ୍ଚିଥିଲେ ମିଷ୍ଟ୍ରି ଗାର୍ଲ

Odisha Sports Bureau

ଖୁବଶୀଘ୍ର ଚେନ୍ନାଇ ସୁପର କିଙ୍ଗସ ଛାଡିପାରନ୍ତି ରବୀନ୍ଦ୍ର ଜାଡେଜା

Odisha Sports Bureau