Cricket

କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ?

ନିରାଶ କରାଉଛି ୱେଷ୍ଟଇଣ୍ଡିଜର ପ୍ରଦର୍ଶନ । କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ? କାହିଁକି ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟ ହୋଇପାରି ନାହିଁ ଏହି ଟିମ୍? ଯେଉଁଥି ପାଇଁ ପ୍ଲେୟର ଉଦାସ ଫ୍ୟାନ୍ସ ନିରାଶ ।

ବ୍ୟୁରୋ : ବିଶ୍ୱକପକୁ ନେଇ ଯେତିକି ଉତ୍ସାହ ରହିଛି ସେତିକି ନିରାଶା ମଧ୍ୟ ରହିଛି ଫ୍ୟାନ୍ସଙ୍କ ଭିତରେ । କାରଣ ୨୦୨୩ ବିଶ୍ୱକପ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଖେଳିପାରିବ ନାହିଁ । ଯାହା ୱେଷ୍ଟଇଣ୍ଡିଜ ସହ ବିଶ୍ୱ କ୍ରିକେଟ ପାଇଁ ଏକ ଖରାପ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ । ଗୋଟିଏ ସମୟ ଏମିତି ଥିଲା ଯେଉଁଠି ଏକତରଫା ମ୍ୟାଚ ଜିତୁଥିଲା ଏହି ଦଳ । ୱେଷ୍ଟଇଣ୍ଡିଜକୁ ହରାଇବା କାଠିକର ପାଠ ଥିଲା ଅନ୍ୟଦେଶର ଖେଳାଳିଙ୍କ ପାଇଁ । ହେଲେ ଏବେ ପରିସ୍ଥିତି ଏମିତି ହୋଇଛି ଯେ, ଏହି ଦିଗଜ ଦଳ ନେଦରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ ଭଳି ଦେଶ ଠାରୁ ଅତି ଶୋଚନୀୟ ଭାବେ ପରାଜୟ ହୋଇ ବିଶ୍ୱକପ କ୍ରିକେଟ ପାଇଁ ନିଜ ଯୋଗ୍ୟତା ଅର୍ଜନ କରି ପାରିନାହିଁ । ତେବେ ସମୟ ବଡ ବଳବାନ୍ କେତେବେଳେ କାହା ପାଇଁ ବଦଳିଯିବ କେହି କରିପାରିବ ନାହିଁ । କାହା ପାଇଁ ଏହି ସମୟ ଭଲ ହୋଇଯାଏ ତ କାହା ପାଇଁ ଖରାପ ହୋଇଯାଏ । ଯାହା ୱେଷ୍ଟଇଣ୍ଡିଜ ପକ୍ଷରେ ଦେଖାଦେଇଛି । ହୁଏ ତ ଏହି ସମୟ ୱେଷ୍ଟଇଣ୍ଡିଜ ପାଇଁ ଏହି ସମୟ କିଛି ଭଲ ନାହିଁ । ୱେଷ୍ଟଇଣ୍ଡିଜର ପୂର୍ବତନ ଖେଳାଳି ମଧ୍ୟ ଏହା କହୁଛନ୍ତି ଯେ, ୪୮ ବର୍ଷ ପରେ ଏମିତି ସମୟ ଆସିବ ଯେ, ୱେଷ୍ଟଇଣ୍ଡିଜ ଭଳି ଗୋଟେ ଦିଗଜ କ୍ରିକେଟ ଦଳ ବିଶ୍ୱକପ ଖେଳିପାରିବ ନାହିଁ । ଯାହାକୁ ସେ ନିଜେ ମଧ୍ୟ ବିଶା୍ୱସ କରି ପାରୁ ନାହାନ୍ତି । କେବଳ ସେ ନୁହନ୍ତି ୱେଷ୍ଟଇଣ୍ଡିଜ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ ନ କରିବା ପରେ ଅନେକ ପ୍ରଶଂସକ ଏବଂ କ୍ରିକେଟ ପ୍ରେମୀ ମାନେ ମଧ୍ୟ ନିରାଶା ବ୍ୟକ୍ତ କରିଛନ୍ତି ।

କାହିଁକି ଧରାଶାୟୀ ହୋଇଯାଇଛି ୱେଷ୍ଟଇଣ୍ଡିଜ? କଣ ରହିଛି ଏହାର କାରଣ? ୱେଷ୍ଟଇଣ୍ଡିଜର ଏମିତି ଅବସ୍ଥା ପାଇଁ ଦାୟୀ କିଏ? କେବଳ ଏଥର ନୁହେଁ ୨୦୧୯ ମସିହା ବିଶ୍ୱକପ କ୍ରିକେଟ ସମୟରେ ମଧ୍ୟ ଦଳକୁ ଯୋଗ୍ୟତା ଅର୍ଜନ କରିବାକୁ ଅନେକ ସଂଘର୍ଷ କରିବାକୁ ପଡିଛି । ତେବେ ଖେଳାଳିଙ୍କ ମଧ୍ୟରେ ନା ଦେଖା ଦେଉଛି ଇଚ୍ଛା ନା ପ୍ରତିବଦ୍ଧତା । କୁହାଯାଉଛି ୱେଷ୍ଟଇଣ୍ଡିଜ ଦଳକୁ କୁଆଡେ ଫ୍ରାନଚାଇଜ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଦଳର ବହୁତ ବଡ ଆଉ ସିନିୟର ଖେଳାଳି ନିଜ ଦେଶ ପାଇଁ ନୁହେଁ ବରଂ ଟି-୨୦ ଲିଗରେ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ ବୋର୍ଡରେ ଚାଲିଥିବା ପଲିଟିକ୍ସ ମଧ୍ୟ ଏହାର ପତନର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି । ପୂର୍ବରୁ ପୋଲାର୍ଡ ଓ ବ୍ରାଭୋଙ୍କ ଭଳି ବୋର୍ଡ ସହ ମତଭେଦ କାରଣରୁ ରାଷ୍ଟ୍ରୀୟ ଟିମରେ ସାମିଲ ମଧ୍ୟ କରାଗଲା ନାହିଁ । ଏପରିକି ସଠିକ ଅର୍ଥ ମଧ୍ୟ ନମିଳିବା ଏକ କାରଣ ହୋଇପାରେ । ତେବେ ଦଳ ପାଖରେ ଆଉ ଆଗଭଳି ଲଢିବାର ଭୋକ, ଯୋଶ ଆଉ ଯିଦ୍ ନଥିବା କୁହାଯାଉଛି । ତେବେ ଅନେକ ପ୍ରଶଂସକ ମନରେ ପ୍ରଶ୍ନ ଯେ, କାହିଁକି ଏଭଳି ପରିସ୍ଥିତି ହେଲା ? କଣ ସତରେ ଆଉ କମବ୍ୟାକ କରିପାରିବ ନାହିଁ ଟିମ୍ ୱେଷ୍ଟଇଣ୍ଡିଜ?

Related posts

ଖେଳରୁ ବାଦ୍ ପଡିଲେ ବୁମ୍ରା !

Odisha Sports Bureau

ଏହି ରୋଗରେ ପୀଡିତ ଅଛନ୍ତି ଯଶସ୍ୱୀ ଜୟସୱାଲ , ସେ ବହୁତ ଦିନ ପାଇଁ କ୍ରିକେଟରୁ ଦୂରରେ ରହିବେ

Odisha Sports Bureau

ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

Odisha Sports Bureau