Cricket

୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ

ମୁମ୍ବାଇ : ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମୀରେ ଅଦାନୀ ଗ୍ରୁପ୍ ୧୨୮୯ କୋଟି ଟଙ୍କା ସହ ସର୍ବାଧିକ ବିନିମୟରେ ଅହମ୍ମଦାବାଦ ଟିମକୁ କିଣିଛି । ମୁମ୍ବାଇ ଟିମକୁ ଇଣ୍ଡିଆବିନ୍ ସ୍ପୋର୍ଟ୍ସ ପ୍ରାଇଭେଟ ଲିମିଟେଡ ୯୧୨.୯୯ କୋଟି ଟଙ୍କାରେ କିଣିଛି । ସେହିପରି ବେଙ୍ଗାଲୋର ଟିମକୁ ରୟାର୍ଲସ ଚ୍ୟାଲେଞ୍ଜର୍ସ ସ୍ପେର୍ଟ୍ସ ୯୦୧ କୋଟି ଟଙ୍କାରେ କିଣିଛି । ଦିଲ୍ଲୀ ଟିମକୁ ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ ୮୧୦ କୋଟି ଟଙ୍କାରେ କିଣିଛି । ଲକ୍ଷ୍ନୌ ଟିମକୁ କେପ୍ରି ଗ୍ଲୋବାଲ ହୋଲଡିଂସ୍ ୭୫୭ କୋଟି ଟଙ୍କାରେ କିଣିଛି ।

ପୁରୁଷ ଆଇପିଏଲ କ୍ରିକେଟ ମ୍ୟାଚର ଲୋକପ୍ରିୟତାକୁ ନଜରରେ ରଖି ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ । ଗତ ସପ୍ତାହରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା । ମହିଳା ଆଇପିଏଲ ଆରମ୍ଭ ହେବା ଦ୍ବାରା ବିଶ୍ବ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା କହିଛନ୍ତି ।

Related posts

ଟେଷ୍ଟ ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

Odisha Sports Bureau

୭ ବର୍ଷ ପରେ ଘରମୂହାଁ ହେବ ଫଟାଫଟ କ୍ରିକେଟର ମହାସମର ଟ୍ୱେଣ୍ଟି-୨୦ ବିଶ୍ୱକପ ୨୦୨୧

Odisha Sports Bureau

ଭାରତ- ଅଷ୍ଟେଲିଆ ତୃତୀୟ ଟି-୨୦: ଟସ୍‌ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତି

Odisha Sports Bureau