Cricket

୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ

ମୁମ୍ବାଇ : ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମୀରେ ଅଦାନୀ ଗ୍ରୁପ୍ ୧୨୮୯ କୋଟି ଟଙ୍କା ସହ ସର୍ବାଧିକ ବିନିମୟରେ ଅହମ୍ମଦାବାଦ ଟିମକୁ କିଣିଛି । ମୁମ୍ବାଇ ଟିମକୁ ଇଣ୍ଡିଆବିନ୍ ସ୍ପୋର୍ଟ୍ସ ପ୍ରାଇଭେଟ ଲିମିଟେଡ ୯୧୨.୯୯ କୋଟି ଟଙ୍କାରେ କିଣିଛି । ସେହିପରି ବେଙ୍ଗାଲୋର ଟିମକୁ ରୟାର୍ଲସ ଚ୍ୟାଲେଞ୍ଜର୍ସ ସ୍ପେର୍ଟ୍ସ ୯୦୧ କୋଟି ଟଙ୍କାରେ କିଣିଛି । ଦିଲ୍ଲୀ ଟିମକୁ ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ ୮୧୦ କୋଟି ଟଙ୍କାରେ କିଣିଛି । ଲକ୍ଷ୍ନୌ ଟିମକୁ କେପ୍ରି ଗ୍ଲୋବାଲ ହୋଲଡିଂସ୍ ୭୫୭ କୋଟି ଟଙ୍କାରେ କିଣିଛି ।

ପୁରୁଷ ଆଇପିଏଲ କ୍ରିକେଟ ମ୍ୟାଚର ଲୋକପ୍ରିୟତାକୁ ନଜରରେ ରଖି ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ । ଗତ ସପ୍ତାହରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା । ମହିଳା ଆଇପିଏଲ ଆରମ୍ଭ ହେବା ଦ୍ବାରା ବିଶ୍ବ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା କହିଛନ୍ତି ।

Related posts

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau

ଆଇପିଏଲ ନିଲାମରେ ୯୭୧ଜଣ ଖେଳାଳି

Odisha Sports Bureau

ଗିଚା ମଞ୍ଜାରୀକୁ ହରାଇ ବିଜୟ ହସଲ କଲା ବାରି

Odisha Sports Bureau