Cricket

ସେମିଫାଇନାଲ ଜିତି ୱାର୍ଲଡକପ୍ ବୁକରେ ନିଜ ନାଁ ଛାପିବ ଭାରତ

ଆସନ୍ତା କାଲି ବିଶ୍ବକପର ପ୍ରଥମ ସେମିଫାଇନାଲ୍ । ମୁମ୍ବାଇର ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତାପୂର୍ବରୁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଟିମ୍। ତେବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ୨୦୧୯ ସେମି ଫାଇନାଲ୍‌ର ପରାଜୟ ସ୍ମୃତି ସତେଜ ଅଛି। ତେବେ ୨୦୨୩ ବିଶ୍ଵକପ୍‌ର ସେମି ଫାଇନାଲ୍ ନିୟମ ଭାରତୀୟ ପ୍ରଶଂସକଙ୍କୁ ନିଶ୍ଚିତ ଖୁସି କରିବ ।
ଲିଗ୍ ପର୍ୟ୍ୟାୟରେ କିୱି ବାହିନୀକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ୧୯୮୭ରୁ ଏ ଯାଏ ୱାଙ୍ଖଡେରେ ୫ଟି ମ୍ୟାଚ ଖେଳିଛି ଭାରତ । ଏଥିରୁ ୨ଟି ମ୍ୟାଚରେ ପରାସ୍ତ ହୋଇଛି ।

ସେହିପରି ଟିମ ନ୍ୟୁଜିଲାଣ୍ଡ ୱାଙ୍ଖଡେରେ ଖେଳିଥିବା ଦୁଇ ମ୍ୟାଚ ମଧ୍ୟରୁ ଗୋଟିଏରେ ବିଜୟ ଓ ଗୋଟିଏରେ ପରାସ୍ତ ହୋଇଛି । ଉଭୟ ଦଳ ବିଶ୍ବକପରେ ୧୦ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୪ଟି ଓ କିୱି ଟିମ ୫ଟି ମ୍ୟାଚ ଜିତିଛି । ଗୋଟିଏ ମ୍ୟାଚ ବାତିଲ ହୋଇଛି । ୨୦୧୯ ସେମିରୁ ଭାରତକୁ ବିଦା କରିଥିଲା କିୱି ଟିମ । ୧୮ ରନରେ ବାଜି ମାରିଥିଲା ଟିମ ନ୍ୟୁଜିଲାଣ୍ଡ। ଏବେ ୱାଙ୍ଖଡେ ଷ୍ଟାଡିୟମରେ ୱିଲିୟମସନ ବାହିନୀକୁ ପରାସ୍ତ କରି ୨୦୧୯ ବିଶ୍ବକପ୍ ବଦଲା ନେବାକୁ ସ୍ବତନ୍ତ୍ର ରଣନୀତି କରିଛି ରୋହିତ ଆଣ୍ଡ କୋ । ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ବଳରେ ବୃହତ ବିଜୟ ହାସଲ କରୁଛି ରୋହିତ ବ୍ରିଗେଡ୍ । ଏପଟେ ଟିମ ନ୍ୟୁଜିଲାଣ୍ଡ ବି ଭଲ ଫର୍ମରେ ଅଛି । ତେଣୁ ଆସନ୍ତାକାଲି ବଡ ଲଢେଇ ଅପେକ୍ଷାରେ ଅଛନ୍ତି କ୍ରିକେଟପ୍ରେମୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ହେବ ଏସିଡ ଟେଷ୍ଟ ।

Related posts

ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ

Odisha Sports Bureau

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

Odisha Sports Bureau

ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ