Swimming

ଭାରତୀୟ ସନ୍ତରଣ ଦଳରେ ସୃଷ୍ଟି, ପ୍ରତ୍ୟାଶା

ଭୁବନେଶ୍ବ: ଚୀନ୍‌ର ଚେଙ୍ଗଡୁଠାରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଅନୁଷ୍ଠିତ ହେବ। ଏହି କ୍ରୀଡା ଆସନ୍ତା ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ କ୍ରୀଡାବିତମାନେ ଯୋଗଦେବେ | ସେମାନଙ୍କ ମଧ୍ୟରେ ଭାରତୀୟ ସନ୍ତରଣ ଦଳରେ ଓଡ଼ିଶାରୁ ଦୁଇ ଜଣ ଝିଅ ସୃଷ୍ଟି ଉପାଧ୍ୟୟ ଓ ପ୍ରତ୍ୟାଶା ରାୟ ସ୍ଥାନ ପାଇଛନ୍ତି। ପ୍ରତ୍ୟାଶା ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ବେଳେ ସୃଷ୍ଟି କୋଲ୍‌କାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଛନ୍ତି। ଉଭୟ ଓଡ଼ିଶା ‌ଜେଏସ୍‌ଡବ୍ଲୁ ସନ୍ତରଣ ଉଚ୍ଚ ଗୁଣବତ୍ତା କେନ୍ଦ୍ର (ଏଚ୍‌ପିସି)ରେ ଅଭ୍ୟାସ କରୁଛନ୍ତି। ୬୩ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ସୃଷ୍ଟି ଓ ପ୍ରତ୍ୟାଶା ୬ଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ତୃତୀୟ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ‌କ୍ରୀଡ଼ାରେ ସୃଷ୍ଟି ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ସହ ୭ ପଦକ ଏବଂ ପ୍ରତ୍ୟାଶା ୨ ସ୍ବର୍ଣ୍ଣ, ୩ ‌ରୌପ୍ୟ ସହ ୫ ପଦକ ପାଇଥିଲେ।

Related posts

କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଆକ୍ବାଟିକ୍ ସେଣ୍ଟ‌ରରେ ସନ୍ତରଣ ପ୍ରତି‌ଯୋଗିତା

Odisha Sports Bureau

ଚତୁର୍ଥ ବିଜୟ ସହିତ ସ୍ୱର୍ଣ୍ଣିମ ଚୌକା ଲଗାଇଲେ କୁଶାଗ୍ର

Odisha Sports Bureau

ଫ୍ରିଷ୍ଟାଇଲ ସନ୍ତରଣରେ ୪ଟି ନୂତନ ରାଷ୍ଟ୍ରୀୟ ରେକର୍ଡ

Odisha Sports Bureau