Cricket

ଦିନେ ଗୁପ୍ଚୁପ୍ ବିକୁ ଥିଲେ ଆଜି ସଫଳ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟର ଯଶସ୍ୱୀ ଜୈସୱାଲଙ୍କ ଖେଳକୁ ଦେଖି ଲୋକେ ପ୍ରଶଂସା କରିଛନ୍ତି। ଯଶସ୍ୱୀ ରବିବାର ଆଇପିଏଲର ୧୦୦୦ତମ ମ୍ୟାଚ୍ରେ ନିଜର ଜଲୱା ଦେଖାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ଯଶସ୍ୱୀ । ସେ ୬୨ ବଲରେ ୧୨୪ ରନର ଇନିଂସ ଖେଳିଛନ୍ତି।
ଉତ୍ତର ପ୍ରଦେଶର ବାସିନ୍ଦା ଯଶସ୍ୱୀ । ୨୧ ବର୍ଷୀୟ ଯଶସ୍ୱୀ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଛନ୍ତି। କ୍ରିକେଟ ପ୍ରତି ଦୁର୍ବଳତାହେତୁ ୧୧ବର୍ଷ ବୟସରେ ସେ ଘର ଛାଡ଼ି ମୁମ୍ବାଇରେ ପହଞ୍ଚି ଯାଇଥିଲେ। ତେବେ ଏହି ସ୍ଥାନରେ ପହଞ୍ଚିବା ଯଶସ୍ବୀଙ୍କ ପାଇଁ ସହଜ ନଥିଲା। ଏଥିପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି।
ନିଜ ସଂଘର୍ଷମୟ ଜୀବନକୁ ମନେ ପକାଇ ଯଶସ୍ବୀ କହନ୍ତି, ‘‘ମୁଁ ଘର ଛାଡ଼ି ଆସିବା ପରେ ମୁମ୍ବାଇର ଏକ କ୍ଷୀର ଦୋକାନରେ ଶୋଉଥିଲି। ଏହାପରେ ଜଣେ ଚିହ୍ନାଲୋକ ଦେଖାହେବା ପରେ ତାଙ୍କ ଘରେ ଯାଇ ରହିଲି। କିନ୍ତୁ ସେଠାରେ ମୋତେ ଭଲ ନଲାଗିବାରୁ ମୁଁ ଆଜାଦ ମୈଦାନକୁ ଚାଲି ଆସିଥିଲି। ଏଠାରେ ବାହାରେ ଥିବା ଏକ ଟେଣ୍ଟରେ ରହିବା ଆରମ୍ଭ କରିଥିଲି। ଦିନ ବେଳା ମୁଁ ଏଠାରେ କ୍ରିକେଟ ଖେଳୁଥିବା ବେଳେ ରାତିରେ ଗୁପଚୁପ ବିକ୍ରି କରିଥାଏ। ଏହି ସମୟରେ ମୋତେ ବହୁତ ଖରାପ ଲାଗୁଥିଲା। କାରଣ ଯେଉଁମାନେ ଦିନବେଳା ମୋ ଖେଳ ଦେଖି ପ୍ରଶଂସା କରନ୍ତି, ସନ୍ଧ୍ୟାବେଳେ ସେମାନେ ମୋ ଠେଲାକୁ ଗୁପଚୁପ ଖାଇବାକୁ ଆସିଥାଆନ୍ତି ଆଉ ଥଟ୍ଟା ବି କରି ଥାଆନ୍ତି।। ଯେତେଖରାପ ଲାଗିଲେ ବି ମୁଁ ମୋର ଲକ୍ଷ୍ୟପଥରୁ ଓହରି ନଥିଲି।’’
ଏହାପରେ ଯଶସ୍ବୀ କହିଛନ୍ତି, ‘‘ଖେଳିବା ସମୟରେ ଦେବଦୂତ ସାଜି ମୋ ପାଖରେ ଆସି କୋଚ ଜ୍ୱାଲା ସିଂହ ଦେ ପହଞ୍ଚିଥିଲେ। ସେ ମୋ ଖେଳରେ ପ୍ରଭାବିତ ହୋଇ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ସହ ତାଙ୍କ ଘରେ ରହିବାକୁ ପ୍ରସ୍ତାବ ଦେଇଥିଲେ। ଆଉ ମୁଁ ବି ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲି। ମୁଁ ୨୦୨୦ରେ ଅଣ୍ଡର ୧୯ ଟିମରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହେବା ସହ ୨୦୨୦ ଅଣ୍ଡର ୧୯ ବିଶ୍ୱକପରେ ମ୍ୟାଚ୍ ଅଫ ଦି ସିରିଜ ପୁରସ୍କାର ଜିତିଥିଲି। ୨୦୧୯ରେ ରାଜସ୍ଥାନ ମୋତେ କିଣିଥିଲା। ଏହାପର ଠାରୁ ମୁଁ ଆଉ ପଛକୁ ଚାହିଁ ନାହିଁ। ମୋ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲି।’’

 

Related posts

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

Odisha Sports Bureau

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ