Uncategorized

ପୁରୁଷ ଡିସ୍କସ୍ ଥ୍ରୋରେ ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ

ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ର ପଞ୍ଚମ ଦିନରେ ଭାରତକୁ ମିଳିଛି ୮ମ ପଦକ। ପୁରୁଷ ଡିସ୍କସ୍ ଥ୍ରୋ ଏଫ୫୬ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ। ୨୭ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଥ୍ରୋ ସହିତ ରୌପ୍ୟ ହାତେଇଛନ୍ତି। ଲଗାତର ଭାବେ ଦ୍ଵିତୀୟ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ଜିତିଥିଲେ।
ସୂଚନା ଅନୁଯାୟୀ, ଯୋଗେଶ ଡିସକସ୍ ଥ୍ରୋର ଏଫ ୫୬ ବର୍ଗରେ ରୌପ୍ୟ ଜିତିଥିବା ବେଳେ ବ୍ରାଜିଲର ବାତିସ୍ତା ସ୍ୱର୍ଣ୍ଣ ଜିତିଛନ୍ତି।

Related posts

ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Odisha Sports Bureau

ମ୍ୟାଚରେ ବାଧକ ସାଜିପାରେ ବର୍ଷା

Odisha Sports Bureau

ନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତ

Odisha Sports Bureau