Cricket

ଧୋନିଙ୍କ ସହ କଥା ହେବାକୁ ଡରନ୍ତି ଚହଲ

ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦର ଚହଲ । ସେ ପଡିଆ ହେଉ କିମ୍ବା ପଡିଆ ବାହାରେ ସବୁବେଳେ ମସ୍ତି କରନ୍ତି । ତାଙ୍କ ସହ ର୍ଯେୁମାନେ ଖେଳନ୍ତି ତାଙ୍କ ସହ ବି ବହୁ ମଜା ମସ୍ତି କରନ୍ତି ଚହଲ । କିନ୍ତୁ ଚହଳ ଧୋନିଙ୍କୁ ଦେଖିଲେ ଭୟ କରନ୍ତି । ଧୋନିଙ୍କ ସହ କେବେ ବି ମଜାମସ୍ତି କରିବାର ସାହସ ହୋଇନାହିଁ ବୋଲି ଏକ ଇଣ୍ଟରଭ୍ୟୁରେ ଚହଲ କରିଛନ୍ତି । ରଣବୀର ଇଲାହବାଦିଆଙ୍କ ଇଣ୍ଟରଭ୍ୟୁରେ କ୍ରିକେଟ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚହଲ କଥା ହୋଇଥିଲେ । ତେବେ ଇଣ୍ଟରଭ୍ୟୁରେ ଚହଲ ଜୀବନର ଖୁସି ଦିନ, ଭାରତୀୟ କ୍ରିକେଟର କିଙ୍ଗ୍ କିଏ, ନିଜ ବିବାହ ଏବଂ ଧୋନିଙ୍କୁ ନେଇ ବିଚାର ସେୟାର କରିଥିଲେ ।

ଧୋନିଙ୍କୁ ନେଇ କହିଛନ୍ତି ଭାରତୀୟ ଟିମରେ ଧୋନି ଏପରି ଜଣେ କ୍ରିକେଟର ଯାହା ସାମ୍ନାରେ ସେ କଥା ହେବାକୁ ଡରନ୍ତି । ଯେମିତି ସମସ୍ତଙ୍କ ସହ ଥଟାମଜା କରେ, କିନ୍ତୁ ତାଙ୍କ ସାମ୍ନାରେ ସେମିତି କିଛି କରେନି । ତାଙ୍କ ସାମ୍ନାରେ ଶାନ୍ତ ହୋଇ ବସେ । ମାହି ଭାଇ ଯାହା ପଚାରନ୍ତି, କେବଳ ତା’ର ଉତ୍ତର ଦିଏ । ନଚେତ ଚୁପଚାପ୍ ବସେ । ସାଉଥ ଅଫ୍ରିକା ବିପକ୍ଷ ଟି୨୦ ମ୍ୟାଚରେ ୪ ଓଭରରେ ୬୪ ରନ୍ ଦେଇଥିବା ବେଳେ ଧୋନିଙ୍କ ଭରସା ମୋତେ ଉତ୍ସାହ ଦେଇଥିଲା ।

ଚହଲ ନିଜ କ୍ୟାରିଅରରେ ୭୨ ଦିନିକିଆରେ ୧୨୧ ଓ୍ଵିକେଟ ନେଇସାରିଛନ୍ତି । ୭୫ଟି ଟି-୨୦ ମ୍ୟାଚ୍ ଖେଳି ୯୧ ଓ୍ଵିକେଟ ନେଇଛନ୍ତି । ଏହାଛଡା ଆଇପିଏଲରେ ୧୪୫ ମ୍ୟାଚ୍ ଖେଳି ୧୪୭ ଓ୍ଵିକେଟ ନେଇଛନ୍ତି ଚହଲ ।

Related posts

ବିଶ୍ୱକପ ୨୦୨୩ :ସେମି ପାଇଁ ଲଢିବେ ଶ୍ରୀଲଙ୍କା – ନ୍ୟୁଜିଲାଣ୍ଡ

Odisha Sports Bureau

୪ ମାସ ହେବ ଦରମା ନମିଳିବାରୁ ପିସିବିକୁ ଧମକ ଦେଲେ ପାକିସ୍ତାନ ଖେଳାଳି; ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ

Odisha Sports Bureau

ଚଳିତ ମାସ ୧୪ ତାରିଖରୁ ବିସିସିଆଇ ଦିନିକିଆ ଲିଗ,ସାମିଲ ହେଲେ ଅର୍ଜୁନ

Odisha Sports Bureau