Cricket

ଧୋନିଙ୍କ ସହ କଥା ହେବାକୁ ଡରନ୍ତି ଚହଲ

ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦର ଚହଲ । ସେ ପଡିଆ ହେଉ କିମ୍ବା ପଡିଆ ବାହାରେ ସବୁବେଳେ ମସ୍ତି କରନ୍ତି । ତାଙ୍କ ସହ ର୍ଯେୁମାନେ ଖେଳନ୍ତି ତାଙ୍କ ସହ ବି ବହୁ ମଜା ମସ୍ତି କରନ୍ତି ଚହଲ । କିନ୍ତୁ ଚହଳ ଧୋନିଙ୍କୁ ଦେଖିଲେ ଭୟ କରନ୍ତି । ଧୋନିଙ୍କ ସହ କେବେ ବି ମଜାମସ୍ତି କରିବାର ସାହସ ହୋଇନାହିଁ ବୋଲି ଏକ ଇଣ୍ଟରଭ୍ୟୁରେ ଚହଲ କରିଛନ୍ତି । ରଣବୀର ଇଲାହବାଦିଆଙ୍କ ଇଣ୍ଟରଭ୍ୟୁରେ କ୍ରିକେଟ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚହଲ କଥା ହୋଇଥିଲେ । ତେବେ ଇଣ୍ଟରଭ୍ୟୁରେ ଚହଲ ଜୀବନର ଖୁସି ଦିନ, ଭାରତୀୟ କ୍ରିକେଟର କିଙ୍ଗ୍ କିଏ, ନିଜ ବିବାହ ଏବଂ ଧୋନିଙ୍କୁ ନେଇ ବିଚାର ସେୟାର କରିଥିଲେ ।

ଧୋନିଙ୍କୁ ନେଇ କହିଛନ୍ତି ଭାରତୀୟ ଟିମରେ ଧୋନି ଏପରି ଜଣେ କ୍ରିକେଟର ଯାହା ସାମ୍ନାରେ ସେ କଥା ହେବାକୁ ଡରନ୍ତି । ଯେମିତି ସମସ୍ତଙ୍କ ସହ ଥଟାମଜା କରେ, କିନ୍ତୁ ତାଙ୍କ ସାମ୍ନାରେ ସେମିତି କିଛି କରେନି । ତାଙ୍କ ସାମ୍ନାରେ ଶାନ୍ତ ହୋଇ ବସେ । ମାହି ଭାଇ ଯାହା ପଚାରନ୍ତି, କେବଳ ତା’ର ଉତ୍ତର ଦିଏ । ନଚେତ ଚୁପଚାପ୍ ବସେ । ସାଉଥ ଅଫ୍ରିକା ବିପକ୍ଷ ଟି୨୦ ମ୍ୟାଚରେ ୪ ଓଭରରେ ୬୪ ରନ୍ ଦେଇଥିବା ବେଳେ ଧୋନିଙ୍କ ଭରସା ମୋତେ ଉତ୍ସାହ ଦେଇଥିଲା ।

ଚହଲ ନିଜ କ୍ୟାରିଅରରେ ୭୨ ଦିନିକିଆରେ ୧୨୧ ଓ୍ଵିକେଟ ନେଇସାରିଛନ୍ତି । ୭୫ଟି ଟି-୨୦ ମ୍ୟାଚ୍ ଖେଳି ୯୧ ଓ୍ଵିକେଟ ନେଇଛନ୍ତି । ଏହାଛଡା ଆଇପିଏଲରେ ୧୪୫ ମ୍ୟାଚ୍ ଖେଳି ୧୪୭ ଓ୍ଵିକେଟ ନେଇଛନ୍ତି ଚହଲ ।

Related posts

ଗେଲ୍‌ଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ପରାସ୍ତ

ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ

Odisha Sports Bureau

ବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକ

Odisha Sports Bureau