Cricket

ଟି୨୦ ବିଶ୍ୱକପ୍‌ : ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ

(ଓଡ଼ିଶା ସ୍ପୋର୍ଟସ ): ଆସନ୍ତା ବର୍ଷ ଘରୋଇ ପରିବେଶ୍‌ରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାବେଳେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଏହି ଦଳକୁ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବଲ୍‌ ଟ୍ୟାମ୍ପରିଂ ଯୋଗୁ ଏହି ଦୁଇ ବ୍ୟାଟ୍ସମ୍ୟାନ ବର୍ଷେ ବାସନ୍ଦ ହେବା ପରେ ଏବେ ଟେଷ୍ଟ, ଦିନିକିଆ ଓ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ ସଫଳତାର ଶୀର୍ଷକୁ ଛୁଇଁଥିବା ବେଳେ ଟି୨୦ ବିଶ୍ୱକପ୍‌ ଏପର୍ୟ୍ୟନ୍ତ ହାସଲ କରିପାରି ନାହିଁ। ତେବେ ଅଷ୍ଟ୍ରେଲିଆ ୨୦୧୦ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଏହି ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆରୋନ ଫିଞ୍ଚ୍‌ ପୂର୍ବ ପରି ନେତୃତ୍ୱ ବଜାୟ ରଖିଛନ୍ତି। ଗତ ୫ଟି ଆଶେସ ଟେଷ୍ଟରେ ଓ୍ବାର୍ନର ସାଂଘାତିକ ଭାବେ ବିଫଳ ହୋଇଥିଲେ। ତେବେ ସେ ଅଷ୍ଟ୍ରେଲିଆର ସର୍ବାଧିକ ଟି୨୦ ସ୍କୋରର ରହିଛନ୍ତି। ଫିଞ୍ଚ୍‌ଙ୍କ ସହ ସେ ଇନିଂସ ଓପନ କରିବେ। ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ବୋଲିଂ ବିଭାଗର ମଙ୍ଗ ସମ୍ଭାଳିବେ। ଆଣ୍ଡ୍ର୍ୟୁ ଟାଏ, କେନ୍‌ ରିଚାର୍ଡସନ ଓ ବିଲି ଷ୍ଟାନଲେକ ଏମାନଙ୍କୁ ସହଯୋଗ କରିବେ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଷ୍ଟନ ଅଗର, ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ଗ୍ଳେନ ମ୍ୟାକ୍ସଓ୍ବେଲ, ବେନ ମ୍ୟାକଡର୍ମଟ, କେନ୍‌ ରିଚାର୍ଡସନ, ଷ୍ଟିଭ୍‌ ସ୍ମିଥ୍‌, ବିଲି ଷ୍ଟାନଲେକ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଆଣ୍ଡ୍ର୍ୟୁ ଟାଏ, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।

Related posts

ପଞ୍ଚମ ଦିନିକିଆ,ଉଭୟ ଦଳ ପାଇଁ କର ବା ମର ସ୍ଥିତି

Odisha Sports Bureau

ଭାଇରାଲ ହେଉଛି ଅର୍ଜୁନ ତେନ୍ଦୁଲକରଙ୍କ ଫଟୋ

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau