Cricket

ଭାରତ-ନ୍ୟୁଜଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ପାଇଁ ଷ୍ଟାଡ଼ିୟମ ନୋ ଫ୍ଲାଇ ଜୋନ

(ଓଡିଶା ସ୍ପୋର୍ଟ): ଆଜି ମାଞ୍ଚେଷ୍ଟରର ଐତିହାସିକ ଶିଳ୍ପନଗରୀ ଓଲଡ ଟାଫୋର୍ଟଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ-୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି । ତେବେ ମ୍ୟାଚ ପାଇଁ ଓଲଡ ଟାଫୋର୍ଟ ଷ୍ଟାଡିୟମକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି ।
କାରଣ ଗତ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଭାରତ ବିରୋଧୀ ସ୍ଲୋଗାନ ଥିବା ବ୍ୟାନର ବିମାନ ମାଧ୍ୟମରେ ଆକାଶରେ ଉଡିବା ପରେ ବ୍ରିଟିଶ ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତ ଶନିବାର ଦିନ ଅନୁଷ୍ଠିତ ଲିଡ୍ସର ହେଡିଙ୍ଗଲେଠାରେ ଭାରତ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବାବେଳେ “ ଭାରତ ଗଣହତ୍ୟା ବନ୍ଦ କରୁ, କାଶ୍ମୀରକୁ ମୁକ୍ତ କରୁ” ଲେଖାଥିବା ଏକ ବ୍ୟାନର ଏକ ବିମାନ ମାଧ୍ୟମରେ ଉଡାଯାଉଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ବେଳେ ଗୋଟିଏ ବିମାନରେ ଜଷ୍ଟିସ ଫର ବେଲୁଚିସ୍ତାନ (ବେଲୁଚିସ୍ତାନ ପାଇଁ ନ୍ୟାୟ) ଲେଖାଥିବା ବ୍ୟାନର ଲଗାଯାଇ ପ୍ରଦର୍ଶନ କରାଯାଇଥିଲା
ଏହି ଘଟଣାକୁ ନେଇ ଆଇସିସି ଅସନ୍ତୋଷ ପ୍ରକାଶ କରିଥିଲା । ଗତ ଥର ଘଟିଥିବା ଏପରି ଘଟଣା ସଂପର୍କରେ ପୁଲିସର ଦୃଷ୍ଟିଆକର୍ଷଣ କରାଯାଇଥିଲା ।

Related posts

ଆଇପିଏଲ ୨୦୧୯, କେଉଁ ଦଳ ଆଗରେ

କ୍ୟାନ୍ସରରେ ପୀଡିତ ଅଷ୍ଟ୍ରେଲିଆ ଟିମର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ

Odisha Sports Bureau

ଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇ

Odisha Sports Bureau