Football

ମହିଳା ଫିଫା ବିଶ୍ୱକପ:ଆମେରିକାର ଦମଦାର ବିଜୟ

(ଓଡିଶା ସ୍ପୋର୍ଟ): ମହିଳା ଫିଫା ବିଶ୍ୱକପ ଫାଇନାଲରେ ଆମେରିକାର ଦମଦାର ବିଜୟ ହୋଇଛି । ନେଦରଲ୍ୟାଣ୍ଡସ୍କୁ ୨-୦ରେ ପରାସ୍ତ କରି ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱକପ ଟ୍ରଫି ହାସଲ କରିଛି ଆମେରିକା। ଏ ହେଉଛି ଆମେରିକାର ଚତୁର୍ଥ ବିଶ୍ୱକପ ଟ୍ରଫି । ଏହା ପୂର୍ବରୁ ୧୯୯୧,୧୯୯୯ ଓ ୨୦୧୫ରେ ବିଶ୍ୱକପ ଜିତିଥିଲା ଆମେରିକା ।

ଫାଇନାଲ ମୁକାବିଲାରେ ଆମେରିକା ପାଇଁ ମେଗନ ରେପିନୋ ଓ ରୋଜ୍ ଲାୱେଲେ ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ । ଲାୱେଲେ ଫିଲ୍ଡ ଗୋଲ କରିଥିବା ବେଳେ ପେନାଲ୍ଟି କିକ୍ରେ ଗୋଲ କରିଥିଲେ ମେଗନ ରେପିନୋ । ତେବେ ନେଦରଲ୍ୟାଣ୍ଡସ୍ ପକ୍ଷରୁ କିଛି ବି ଗୋଲ୍ ସ୍କୋର ହୋଇପାରିନଥିଲା । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬ଟି ଗୋଲ୍ ସ୍କୋର କରିଥିବା ରେପିନୋଙ୍କୁ ଗୋଲ୍ଡେନ ବୁଟ୍ ପୁରସ୍କାର ମିଳିଛି । ଏଲେକ୍ସ ମୋର୍ଗାନ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସମାନ ୬ଟି ଗୋଲ କରିଥିଲେ, କିନ୍ତୁ ଅଧିକ ସମୟ ନେଇଥିବା କାରଣରୁ ରେପିନୋଙ୍କୁ ଗୋଲ୍ଡେନ ବୁଟ୍ ମିଳିଥିଲା ।

Related posts

ଏସିଆ କପରେ୨୦୨୩ରେ, ମହିଲା ଓ ପୁରୁଷ ଫୁଟବଲ ଟଇମ ଖେଳିବ

ବେଙ୍ଗାଲୁରୁ ଓ କୋଲକାତାରେ ‘ମିଡିଆ ଡେ’ ଅନୁଷ୍ଠିତ

Odisha Sports Bureau

ମହିଳା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା ଓଡ଼ିଶା ଓ୍ବାରିୟର୍ସ

Odisha Sports Bureau