Hockey

ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଢ଼ୋଲ୍ ଗ୍ରାମ ପଞ୍ଚାୟତର ଦକ୍ଷିଣପାଲି ଗ୍ରାମରେ ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଉଦ୍ଘାଟନ ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ଓ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞଳିନା ପ୍ରଧାନ ଉପସ୍ଥିତ ରହି ହକି ମ୍ୟାଚର ଶୁଭାରମ୍ଭ କରିଥିଲେ। ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ ଦେଶର ଜାତୀୟ ଖେଳ ହକିର ବିକାଶ ଓ ଉନ୍ନତି ପାଇଁ ନିଆଯିବ ବୋଲି ଜିଲ୍ଲାପାଳ, ସୁବର୍ଣ୍ଣପୁର ମତବ୍ୟକ୍ତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଏହି ଛୋଟ ଗାଁ ଦକ୍ଷିଣପାଲି ଏବଂ ଅଞ୍ଚଳର ଜନସାଧାରଣଙ୍କ ହକି ଖେଳ ପ୍ରତି ଥିବା ଅନୁରକ୍ତି ଓ ପ୍ରୟାସ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅଞ୍ଚଳର ଯୁବକ ଯୁବତୀ, ଛାତ୍ରୀ ଛାତ୍ରୀ ଓ ଖେଳାଳୀମାନଙ୍କୁ ବହୁ ସଂଖ୍ୟାରେ ହକି ଖେଳ ପ୍ରତି ଆକର୍ଷିତ ହୋଇ ହକି ଖେଳ ଖେଳିବା ପାଇଁ ଆହ୍ବାନ ଦେବା ସହିତ ଅନୁରୋଧ କରିଥିଲେ। ଏହି ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚରେ ଦୁଇଗୋଟି ପୁରୁଷ ହକି ଦଳ ଓ ଦୁଇ ଗୋଟି ମହିଳା ହକି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଅବସରରେ ସରପଞ୍ଚ, ସିଂଢୋଲ ଗ୍ରାମ ପଞ୍ଚାୟତ, ଶ୍ରୀ ପ୍ରଦୀପ କୁମାର ଦେହୁରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପୁରୋହିତଙ୍କ ସମେତ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର କ୍ରୀଡ଼ା ଶାଖା ର ପ୍ରତ୍ୟକ୍ଷ ତତ୍ବାବଧାନରେ ଶ୍ରୀ ରାମ କୁମାର ସାହୁ, ପରିଚାଳକ, ହକି ଦଳ, ସୋନପୁର ଉପରୋକ୍ତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚର ଆୟୋଜନ କରିଥିଲେ।

Related posts

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

ହକି ମହାସମର- ଦ୍ୱିତୀୟ ଦିନରେ ପୁଲ ‘ଏ’ ର ଦୁଇଟି ମ୍ୟାଚ୍ ଖେଳାଯିବ

Odisha Sports Bureau

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

Odisha Sports Bureau