Badminton

ଅନ୍ତରାଷ୍ଟ୍ରିୟ ଫର୍ଚ୍ୟୁନ୍ ବ୍ୟାଡମିଣ୍ଟନ ସିରିଜର ଟାଇଟଲ୍ ଜିତିଲେ ମାଲବିକା

(ଓଡିଶା ସ୍ପୋର୍ଟସ): ଭାରତୀୟ ଯୁବା ବ୍ୟାଡମିଣ୍ଟନ ଖେଳାଳୀ ମାଲବିକା ବଂସୋଡ ମିଅାଁମାରର ଶ୍ରେଷ୍ଠ ଖେଳାଳୀ ଥେଟ ହତାର ତୁଜାରଙ୍କୁ ସିଧା ଗେମରେ ପରାଜିତ କରି ମାଲଦିପ ଅନ୍ତରାଷ୍ଟ୍ରିୟ ଫର୍ଚ୍ୟୁନ୍ ବ୍ୟାଡମିଣ୍ଟନ ସିରିଜର ଟାଇଟଲ ନିଜ ନାମରେ କରିଛନ୍ତି । ମାଲବିକାଙ୍କ ଏହା ପ୍ରଥମ ଅନ୍ତଃରାଷ୍ଟ୍ରିୟ ଟ୍ରଫି ଅଟେ । ଭାରତ ପାଇଁ ଗୌରବ ଆଣିଥିବା ମାଲବିକା ଫାଇନାଲରେ ତୁଜାରଙ୍କୁ ୩୧ ମିନିଟରେ ୨୧-୧୩, ୨୧-୧୧ସେଟରେ ପରାଜିତ କରିଛନ୍ତି । ଅନ୍ୟ ଭାରତୀୟମାନଙ୍କ ମଧ୍ୟରେ ପୁରୁଷ ଏକକ ବିଭାଗରେ ଶିର୍ଷ ସ୍ଥାନରେ ଥିବା କେବିନ୍ ଅରୋକିୟା ଭାଲଟର ଫାଇନାଲରେ ଥାଇଲାଣ୍ଡର ଦ୍ୱିତୀୟ ସ୍ଥାନରେ ଥିବା କେଣ୍ଟାଭାଲ ଲିଲାଭେଚାବୁତ୍ରଙ୍କ ଠାରୁ ୧୩-୨୧, ୧୪-୨୧ରେ ପରାଜିତ ହୋଇଛନ୍ତି । ଭୈବଭ ଏବଂ ପ୍ରକାଶ ରାଜଙ୍କ ଦ୍ୱିତୀୟ ସ୍ଥାନରେ ଥିବା ଯୋଡି ଥାଇଲାଣ୍ଡର ପକ୍କାପୋନ ତିରୁରାସତକୁଲ ଏବଂ ପେନିତଚାପୋନଙ୍କୁ ୨୬ ମିନିଟ୍ ରେ ୨୧-୧୬, ୨୧-୧୫ରେ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି ।

Related posts

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

Odisha Sports Bureau

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ