More Sports

ଅଲମ୍ପିକ୍ କୋଟା ଉପରେ ଭାରତୀୟ ସୁଟରଙ୍କ ନଜର

(ଓଡିଶା ସ୍ପୋର୍ଟସ ): ୨୦୨୦ ଅଲମ୍ପିକ ପାଇଁ ଭାରତୀୟ ରାଇଫଲ ଏବଂ ପିସ୍ତଲ ସୁଟରଙ୍କୁ ଚତୁର୍ଥ ବିଶ୍ୱକପ ରୁ ହାସଲ କରିବାକୁ ହେବ । ଯାହା ଆସନ୍ତା କାଲି ଠାରୁ ଆରମ୍ଭ ହେବ । ଏଠାରେ ହେବାକୁ ଥିବା ୮ଟି ଇଭେଣ୍ଟ୍ ମଧ୍ୟରୁ ଟୋକିଓ ଅଲମ୍ପିକ୍ ପାଇଁ ୧୬ଟି କୋଟା ହାସଲ କରିବାକୁ ହେବ ।
ଭାରତୀୟ ସୁଟରମାନେ ପ୍ରଥମରୁ ହିଁ ୭ଟି ଅଲମ୍ପିକ୍ କୋଟା ହାସଲ କରିସାରିଛନ୍ତି, ସେମିତିରେ ଏହି ଟୁର୍ଣ୍ଣାମେଣ୍ଟରେ ନୂତନ ଏବଂ ପ୍ରତ୍ୟାବର୍ତ୍ତନ କରିଥିବା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ପ୍ରତିଯୋଗିତାର ପ୍ରଥମ ଦିନରେ ବିଶ୍ୱ ରାକିଙ୍ଗରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହି ଅପୂର୍ବା ଚାନ୍ଦେଲ ଏବଂ ଅଞ୍ଜୁମ୍ ମୁଡଗିଲ୍ ୧୦ ମିଟର ଏୟାର ରାଇଫଲ୍ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।
ସେମିତିରେ ଦୁଇଜଣ ପ୍ରଥମରୁ ଏହି ଇଭେଣ୍ଟର ଅଲମ୍ପିକ୍ କୋଟା ହାସଲ କରିନେଇଛନ୍ତି । କେବଳ ଏତିକି ନୁହେଁ ପୁରୁଷ ବିଭାଗରେ ୧୦ ମିଟର ଏୟାର ପିସ୍ତଲର ମୁକାବିଲା ହେବ । ଏଠାରେ ଭାରତୀୟ ଖେଳାଳୀ କେବଳ ପଦକ ପାଇଁ ଖେଳିବେ କାରଣ ଏହି ଇଭେଣ୍ଟରେ ପୂର୍ବରୁ ଦୁଇ କୋଟା ହାସଲ କରାଯାଇ ସାରିଛି । ଉଦୀୟମାନ ଯୁବ ସୁଟର ଇଲାଭେନିଲ ଭାଲାରିଭାନ୍ଙ୍କ ପ୍ରଦର୍ଶନ ଉପରେ ନଜର ରହିବ, ଯିଏକି ଜୁନିୟର ଖେଳାଳୀ ଭାବରେ ସମସ୍ତ ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି ।

Related posts

ରେସିଂ ପଏଣ୍ଟ ଦଳର ବ୍ରେକ୍ ଡକ୍ଟ ୧୫ ପଏଣ୍ଟ କାଟି ଚାରି ମିଲିୟନ ୟୁରୋ ଜରିମାନା

Odisha Sports Bureau

ଏସିଆ ବଡୀ ବିଲ୍ଡିଙ୍ଗ୍ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଲେ କାଦିର

Odisha Sports Bureau

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

Odisha Sports Bureau