Cricket

ଅଷ୍ଟ୍ରେଲିଆ –ଇଂଲଣ୍ଡ ଦ୍ୱିତୀୟ ଆଶେସ ଟେଷ୍ଟ

(ଓଡିଶାସ୍ପୋର୍ଟସ ): ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଆଶେସ୍ ଟେଷ୍ଟ ଖେଳାଯିବ। ଏଥିପାଇଁ ଅଷ୍ଟ୍ରେଲିଆ ତା’ର ୧୨ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ସ୍କାଡରୁ ପେସ୍ ବୋଲର ଜେମ୍ସ ପ୍ୟାଟିନସନ୍ ବାଦ୍ ପଡ଼ିଛନ୍ତି।
ତେବେ ଆହତ ଯୋଗୁ ପ୍ରଥମ ଟେଷ୍ଟ ଖେଳିପାରିନଥିବା ପେସର୍ ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲଉଡଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି। ପ୍ୟାଟିନସନ୍ ପ୍ରଥମ ଟେଷ୍ଟରେ ୨ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୪୭ ରନର ନିର୍ଣ୍ଣାୟକ ଇନିଂସ୍ ଖେଳିଥିଲେ, ଯାହା ବଳରେ ଅଷ୍ଟ୍ରେଲିଆ ଟେଷ୍ଟକୁ ୨୫୧ ରନରେ ଜିତି ନେଇଥିଲେ।
୨୦୧୯ ବିଶ୍ୱକପର ସର୍ବାଧିକ ୱିକେଟ୍ ହାସଲକାରୀ ଷ୍ଟାର୍କ ଆଣ୍ଠୁଜନିତ ଆଘାତ କାରଣରୁ ମଇଦାନରୁ ବାହାରେ ବସିଥିଲେ। ତାଙ୍କର ଖେଳିବା ଦ୍ୱାରା ଅଷ୍ଟ୍ରେଲିଆ ବୋଲିଂ ଆହୁରି ମଜଭୁତ୍ ହେବ। ପ୍ୟାଟିନସନଙ୍କୁ ଛାଡ଼ିଦେଲେ ଟିମରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ।
ଅଷ୍ଟ୍ରେଲିଆ ସ୍କ୍ୱାଡ୍: କ୍ୟାମେରନ୍ ବ୍ୟାନକ୍ରଫ୍ଟ, ଡେଭିଡ୍ ୱାର୍ଣ୍ଣର୍, ଉସମାନ୍ ଖୱାଜା, ଷ୍ଟିଭ୍ ସ୍ମିଥ୍, ଟ୍ରେଭିସ୍ ହେଡ୍ (ଭାଇସ୍ କ୍ୟାପଟେନ୍), ମାଥ୍ୟୁ ୱେଡ୍, ଟିମ୍ ପେନ୍ (କ୍ୟାପଟେନ୍ ଓ ୱିକେଟକିପର୍), ପ୍ୟାଟ୍ କମିନ୍ସ, ପିଟର୍ ସିଡଲ୍, ନେଥନ୍ ଲାୟନ୍, ଜୋଶ୍ ହେଜଲଉଡ୍, ମିଚେଲ୍ ଷ୍ଟାର୍କ।

Related posts

ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ୱକପ୍

Odisha Sports Bureau

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

Odisha Sports Bureau

ଭାରତ – ଦକ୍ଷିଣ ଆଫିକ୍ରା ଟି-୨୦ ମ୍ୟାଚ୍, ବୋଲିଂ କରିବ ଦକ୍ଷିଣ ଆଫ୍ରିକା

Odisha Sports Bureau