Tennis

ଅଷ୍ଟ୍ରେଲିୟାର ବାର୍ଡି ହାସଲକଲେ ଡବ୍ଲୁୟଟିଏ ଫାଇନାଲ୍ସ ମାନ୍ୟତା

ଭୁବନେଶ୍ୱର: ରବିବାର ଶେନଝେନରେ ସ୍ପୋର୍ଟ୍ସ ସେଣ୍ଟରରେ ଅନୁଷ୍ଠିତ ଡବ୍ଲୁୟଟିଏ ଫାଇନାଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ ଏଲିନା ସ୍ୱିଡୋଲିନାଙ୍କୁ ହରାଇ ଆଶଲେ ବାର୍ଟି ବିଶ୍ୱର ଏକ ନମ୍ବ ଖେଳାଲିର ମାନ୍ୟତା ହାସଲ କରିଛନ୍ତି । ବାର୍ଟି ୧ ଘଣ୍ଟା ୨୬ ମିନିଟର ଏହି ଖେଳରେ ୬୦୪,୬-୩ ସେଟରେ ବିଜୟ ହାସଲ କରିଛନ୍ତି । ଏହି ବିଜୟ ପରେ ଏହି ଅଷ୍ଟ୍ରେଲୀୟ ଖେଳାଳି ବାର୍ଟି ୪୪.୨ ଲକ୍ଷ ଆମେରିକୀୟ ଡଲାରର ଚେକ ହାସଲ କରିଛନ୍ତି । ଟେନିସରେ ଏହି ଅର୍ଥରାଶି ସର୍ବାଧିକ ପୁରସ୍କାର ରାଶି ।
ସ୍ୱିତୋଲିନା ଗତ ବର୍ଷ ସିଙ୍ଗାପୁରରେ ଡବ୍ଲୁୟଟିର ଫାଇନାଲ୍ସରେ ବିଜୟ ପରେ ଅନ୍ୟ କୌଣସି ଟ୍ରଫି ଜିତିନାହାନ୍ତି । ବାର୍ଟି ଏହି ସଫଳତା ହାସଲରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଟେନିସ ତାରକା । ଏହା ପୂର୍ବରୁ ୧୯୭୬ରେ ଇଭୋନ ଗୁଲାଗଙ୍ଗା କାଓଲେ ଏହି ସଫଳତା ହାସଲ କରିଥିଲେ ।

Related posts

ପ୍ରାଗ୍ ଓପନରେ ଭାରତୀୟ ଚ୍ୟାଲେଞ୍ଜ ଶେଷ

Odisha Sports Bureau

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

Odisha Sports Bureau

ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ ଜୋକୋବିଚ୍

Odisha Sports Bureau