Cricket

ଆଇପିଏଲରୁ ବାଦ ପଡିଲେ ଭୁବି ଓ ଅମିତ ମିଶ୍ରା

ଦୁବାଇ: ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଲେଗ୍ ସ୍ପିନର ଅମିତ ମିଶ୍ରା ଚଳିତ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି। ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ବେଳେ ଭୁବି ଆହତ ହୋଇଥିଲେ । ଭୁବି ମ୍ୟାଚ୍ର ୧୯ତମ ଓଭରର ପ୍ରଥମ ବଲ୍ ପକାଇଲା ବେଳେ ତାଙ୍କ ଜଙ୍ଘ ମାଂସପେସୀ ଟାଣି ହୋଇଯାଇଥିଲା। ସେ ସେହି ଗୋଟିଏ ବଲ୍ ପକାଇ ପଡ଼ିଆ ଛାଡ଼ିଥିଲେ। ତାଙ୍କର ଆଘାତ ସମସ୍ୟା ଗୁରୁତର ଥିବାରୁ ମୁକୁଳିବା ଲାଗି ଅନ୍ୟୁନ ୬ରୁ ୮ ସପ୍ତାହ ଲାଗିବ। ଫଳରେ ଅବଶିଷ୍ଟ ଆଇପିଏଲ୍ରୁ ସେ ବାଦ୍ ପଡ଼ିଥିଲା ବେଳେ ଚଳିତ ବର୍ଷ ଶେଷ ଭାଗରେ ଭାରତର ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି।

ସେହିପରି ଶନିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ ଅବସରରେ ଦିଲ୍ଲୀ କ୍ୟାପିଟାଲ୍ସ ଲେଗ ସ୍ପିନର ଅମିତ ଆହତ ହୋଇଥିଲେ। କେକେଆର ବିପକ୍ଷ ମ୍ୟାଚରେ ଏକ କ୍ୟାଚ୍ ଧରିବାକୁ ଯାଇ ଅମିତଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯନ୍ତ୍ରଣା ସତ୍ବେ ସେ ଭଲ ବୋଲିଂ କରିବା ସହ ଶୁବମନ ଗିଲ୍ଙ୍କ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ପରୀକ୍ଷା ପରେ ସେ ଖେଳିବା ବିପଜ୍ଜନକ ବୋଲି ଜଣାପଡ଼ିଥିଲା। ଏହି ସମସ୍ୟାରୁ ମୁକୁଳିବା ଲାଗି ଅମିତଙ୍କୁ କିଛି ଦିନ ଲାଗିବ। ସେଥିପାଇଁ ସେ ୟୁଏଇରୁ ଭାରତ ଫେରି ଆସିବେ।

Related posts

ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍

Odisha Sports Bureau

ବାଂଲାଦେଶର ବିଶ୍ଵକପ୍ ବହିଷ୍କାର ପରେ ଏବେ କ’ଣ ରହିବ ପାକିସ୍ତାନର ଆଭିମୂଖ୍ୟ

Odisha Sports Bureau

ଆଜି ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ ହାଇ ସ୍କୋରର ମ୍ୟାଚ୍