Cricket

ଆଇପିଏଲ ପାଇଁ ଚେନ୍ନାଇ ଟିମର ଅଭ୍ୟାସ

(ଓଡ଼ିଶା ସ୍ପୋର୍ଟ): ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସଂସ୍କରଣ ଚଳିତ ମାସ ୨୯ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଏଥି ପାଇଁ ଉଭୟ ଦଳ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ସୁରେଶ ରାଇନା ଜୋରଦାର ଝାଳ ବୁହାଇଛନ୍ତି। ଟିମ ଅଭ୍ୟାସ ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ମହେନ୍ଦ୍ର ସିଂହ ଧୋନୀଙ୍କୁ ଶେଷଥର ପାଇଁ ୨୦୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ରାଇନାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ। ସେ ଶେଷଥର ପାଇଁ ୨୦୧୮ ଜୁଲାଇରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ। ଇଂଲଣ୍ଡ ବିରୋଧରେ ତାଙ୍କୁ ଦିନିକିଆ ମ୍ୟାଚରେ ହେଡିଙ୍ଗଲି ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଚେନ୍ନାଇ ସୁପର କିଙ୍ଗସର ଜଣେ ଆଗଧାଡ଼ିର ଖେଳାଳି ହେଉଛନ୍ତି ରାଇନା ।

Related posts

IPL 2024 : ଆଜି ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ଏବଂ ଟାଇଟନ୍ସ

Odisha Sports Bureau

ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

Odisha Sports Bureau