More Sports

ଆଇବିଏସଏଫ୍ ବିଶ୍ପ ଟିମ୍ ସ୍ନୁକର ଚମ୍ପିଆନସିପର ଫାଇନାଲରେ ଆଡଭାନି-ମେହରାଙ୍କ ଯୋଡି

(ଓଡିଶା ସ୍ପୋର୍ଟସ): ପଙ୍କଜ ଆଡଭାନି ଏବଂ ଆଦିତ୍ୟ ମେହେରାଙ୍କ ଯୋଡି ବୁଧବାର ଦିନ ଥାଇଲାଣ୍ଡର ଯୋଡ ବିିରୁଦ୍ଧରେ୪-୧ର ସହଜ ବିଜୟ ସହିତ ଆଇବିଏସଏଫ୍ ବିଶ୍ୱ ଟିମ୍ ସ୍ନୁକର ଚମ୍ପିଆନଶିପର ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । କ୍ୱାଟର ଫାଇନାଲରେ ହଂଗକଂଗ ଯୋଡି ବିପକ୍ଷରେ ବିଜୟ ପରେ ଭାରତୀୟ ଯୋଡି ସେମିଫାଇନାଲରେ ଥନାଭତ ତିରାପୋଙ୍ଗନେଇବୁନ ଏବଂ କ୍ରିତସାନୁତ ଲେର୍ତସାତାୟାର୍ଥୋନଙ୍କ ଯୋଡି ବିପକ୍ଷରେ ଚାପ ସୃଷ୍ଟି କରିଥିଲା । ଆଡଭାନି ଏବଂ ମେହରାଙ୍କୁ ଥାଇଲାଣ୍ଡ ଯୋଡି ବିପକ୍ଷରେ ୪-୧ରେ ବିଜୟ ହାସଲ କରିବାରେ ଅଧିକ ପରିଶ୍ରମ କରିବାକୁ ପଡି ନ ଥିଲା । ବୁଧବାର ଦିନ ହେବାକୁଥିବା ଫାଇନାଲରେ ଆଡଭାନି ଏବଂ ମେହେରାଙ୍କ ସାମ୍ନା ଥାଇଲାଣ୍ଡର ଦ୍ୱିତୀୟରେ ଥିବା ଟିମ୍ ସହିତ ହେବ । ଯଦି ଆଡଭାନି ଏହି ଫାଇନାଲରେ ବିଜୟୀ ହେଉଛନ୍ତି ତେବେ ତାଙ୍କର ବିଶ୍ୱ ଚମ୍ପିଆନସିପ୍ ରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୩ ହୋଇଯିବ, ଯେତେବେଳେ କି ମେହରାଙ୍କର ଏହା ପ୍ରଥମ ବିଶ୍ୱ ଟାଇଟଲ ହେବ ।

Related posts

ଖେଳ ରତ୍ନ ପାଇଁ ମନୋନିତ ହୋଇଥିବା ସର୍ବକନିଷ୍ଠ ପ୍ରତିଯୋଗୀ ହିମା ଦାସ

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

Odisha Sports Bureau

ଇଣ୍ଡିଆନ ସୁପର ଲିଗ୍: ପ୍ଲେଅଫ୍ରେ ଗୋଆ ସହିତ ଖେଳିବ ଚେନ୍ନାଇୟାନ

Odisha Sports Bureau