Cricket

ଆଇସିସି ଟି୨୦ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷଣା

(ଓଡିଶା ସ୍ପୋର୍ଟ): ଆଜି ଭାରତ ବିରୋଧରେ ଆଇସିସି ଟି୨୦ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷଣା ହୋଇଛି । ଭାରତୀୟ କ୍ରିକେଟ ଦଳ ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ । ଦଳ ସେଠାରେ କାରବିଆନ ଟିମ ସହ ତିନୋଟି ଟି୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ । ଦଳରୁ ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ବାଦ ପଡିଛନ୍ତି । କିନ୍ତୁ ସୁନୀଲ ନାରେନ, କିରଣ ପୋଲାର୍ଡ ଦଳକୁ ଫେରିଛନ୍ତି । ଆନ୍ଦ୍ରେ ରସେଲ ମଧ୍ୟ ଫିଟ୍ ହୋଇଛନ୍ତି ।

ଭାରତ ବିରୋଧରେ ପ୍ରଥମ ଦୁଇଟି ଟି୨୦ରେ ସୁନୀଲ ନାରେନ ଓ କିରଣ ପୋଲାର୍ଡଙ୍କୁ ସାମିଲ କରାଯାଇଛି । ଏହାସହ ଏଥିରେ ୱିକେଟକିପର ବ୍ୟାଟସମ୍ୟାନ ଆନ୍ଥୋନୀ ବ୍ରେମ୍ବଲ ଡେବ୍ୟୁ କରିବେ ।

ଗୋଡରେ ଆଘାତ ଲାଗିଥିବାରୁ ବିଶ୍ୱକପରୁ ବାଦ ପଡିଥିବା ଆନ୍ଦ୍ରେ ରସେଲ ଫିଟ ହୋଇଛନ୍ତି । ତାଙ୍କୁ ଦଳରେ ସ୍ଥାନ ମିଳିଛି । ଗେଲଙ୍କୁ ଏଥିରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଜନ କେପବେଲଙ୍କୁ ସାମିଲ କରାଯାଇଛି । ତୃତୀୟ ଟି ୨୦ରେ ଗୁୟାମାରେ ଖେଳାଯିବାକୁ ଥିବା ମ୍ୟାଚରେ ଦଳରେ ପରିବର୍ତନ ହୋଇପାରେ । ସମସ୍ତ ଚୟନକର୍ତା ପ୍ରଥମ ଦୁଇଟି ଟି୨୦ ମ୍ୟାଚକୁ ନଜରରେ ରଖି ଦଳ ଚୟନ କରିଛନ୍ତି ।

କାରବିଆନ ଦଳ

କାଲୋସ ବ୍ରେଥବେଟ, ଆନ୍ଥୋନୀ ବ୍ରେମ୍ବଲ, ଜନ କେପବଲ, ସେଲ୍ଡନ କାଟରେଲ, ସମରୋନ ହେଟମାୟାର, ସୁନୀଲ ନାରେନ, ଏଭିନ ଲୁଇସ, କିମି ପଲ, ପିୟରେ, କିରଣ ପୋଲାର୍ଡ, ନିକୋଲ୍ସ ପୂରନ, ରେବମେନ ପାବେଲ, ଆନ୍ଦ୍ରେ ରସେଲ, ଓସାନେ ଥମସ

Related posts

କ୍ୱାଲିଫାଏ କଲା ନ୍ୟୁଜିଲାଣ୍ଡ ; ବିଶ୍ୱକପର ପ୍ରଥମ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ

Odisha Sports Bureau

ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା ଦୀନେଶ କାର୍ତ୍ତିକଙ୍କ ଲଭ୍ ଲାଇଫ

ଶ୍ରୀଲଙ୍କାଠାରୁ ପରାଜୟ ପରେ ସର୍ଫରସଙ୍କ ଅଧିନାୟକତ୍ୱ ଆଉଟ

Odisha Sports Bureau