Cricket

ଆଇସିସି ଦିନିକିଆ ମାନ୍ୟତାରେ ଭାରତ ୨ୟ ସ୍ଥାନ ଅଧିକାର କରିଛି

(ଓଡିଶା ସ୍ପୋର୍ଟ): ସୋମବାର ଘୋଷିତ ଆଇସିସି ଦିନିକିଆ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳ ଦ୍ବିତୀୟ ସ୍ଥାନରେ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବ୍ୟାଟିଂ ଓ ବୋଲିଂରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଜିତିବା ପରେ ଭାରତ ୧୨୨ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ମାସ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ମହେନ୍ଦ୍ର ସିଂହ ଧୋନି ୩ ସ୍ଥାନ ଲମ୍ଫ ଦେଇ ସପ୍ତଦଶରେ ପହଞ୍ଚିଛନ୍ତି। ଗତ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସର୍ବାଧିକ ୱିକେଟ୍ ନେଇଥିବା ନ୍ୟୁଜିଲାଣ୍ଡ୍ର ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ ୭ ସ୍ଥାନ ଉପରକୁ ଉଠି ତୃତୀୟରେ ରହିଛନ୍ତି। ତାଙ୍କ ଆଗରେ ଆଫ୍ଗାନିସ୍ଥାନ ଲେଗ୍ ସ୍ପିନର ରସିଦ ଖାନ୍ (ଦ୍ବିତୀୟ) ରହିଛନ୍ତି। ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଗୋଟିଏ ସ୍ଥାନ ଏବଂ ଦ୍ରୁତ ବୋଲର ଭୁବନେଶ୍ବର କୁମାର ୬ ସ୍ଥାନ ଉପରକୁ ଉଠି ଯଥାକ୍ରମେ ପଞ୍ଚମ ଓ ସପ୍ତଦଶରେ ରହିଛନ୍ତି। ବ୍ୟାଟିଂରେ କେଦାର ଯାଦବ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ଅଷ୍ଟମରେ ରହିଛନ୍ତି। ଭାରତଠୁ ପରାଜିତ ହେବା ପରେ ନ୍ୟୁଜିଲାଣ୍ଡ୍ ତଳକୁ ଖସି ଦକ୍ଷିଣ ଆଫ୍ରିକା ପଛକୁ ଚତୁର୍ଥରେ ରହିଛି।

Related posts

ନାସୋ କାଉଣ୍ଟିର ଏକ ବଡ ଗାଁ ଗାର୍ଡେନରେ ସିଟିରେ ଅଭ୍ୟାସ କରୁଛନ୍ତି ଭାରତୀୟଦଳ

ବାରବାଟୀରେ ଡ଼େବ୍ୟୁ କଲେ ନବଦୀପ ସୈନ୍ୟ

Odisha Sports Bureau

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

Odisha Sports Bureau