Cricket

ଆଜି ଇତିହାସ ରଚିଥିଲେ ସଚିନ

(ଓଡ଼ିଶା ସ୍ପୋର୍ଟ): ପୁଣି ମନେ ପଡ଼େ ସେହିଦିନ । ଠିକ ୮ବର୍ଷ ପୂର୍ବେ ଆଜିର ଦିନରେ ଇତିହାସ ରଚିଥିଲେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର । ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ। ୧୬ ମାର୍ଚ୍ଚ ୨୦୧୨ରେ ଏସିଆ କପ୍ବେଳେ ସଚିନ ବାଂଲାଦେଶ ବିପକ୍ଷରେ ୧୧୪ ରନ୍ର ଇନିଂସ ଖେଳିଥିଲେ, ଯାହାକି ଥିଲା ତାଙ୍କ କ୍ୟାରିୟରର ୧୦୦ତମ ଶତକ। ଦିନିକିଆ ଫର୍ମାଟରେ ଏହା ଥିଲା ସଚିନଙ୍କ ୪୯ତମ ଶତକ। ଅବଶ୍ୟ ମ୍ୟାଚ୍ରେ ଭାରତୀୟ ଦଳ ପରାଜିତ ହୋଇଥିଲା। ଫଳରେ ଏସିଆ କପ୍ ଫାଇନାଲରେ ପ୍ରବେଶ କରିପାରି ନ ଥିଲା ଭାରତ। କ୍ୟାରିୟରରେ ୨୦୦ ଟେଷ୍ଟ ଖେଳିଥିବା ସଚିନଙ୍କ ନାମରେ ୫୧ ଶତକ ସହ ୧୫,୯୨୧ ରନ୍ ରହିଛି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ସଚିନ ୪୬୩ ଦିନିକିଆ ଖେଳି ୧୮,୪୨୬ ରନ୍ କରିଥିଲେ। ସେ ଏକ ଟି୨୦ ମ୍ୟାଚ୍ ମଧ୍ୟ ଖେଳିଥିଲେ। ମୋଟ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪,୩୫୭ ରନ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସଚିନ ଶୀର୍ଷରେ ଥିବାବେଳେ ୭୧ ଶତକ ସହ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଦ୍ୱିତୀୟ ସ୍ଥାନ ରହିଛନ୍ତି। ତାଙ୍କ ପଛକୁ ବିରାଟ କୋହଲି (୭୦ ଶତକ) ରହିଛନ୍ତି।

Related posts

ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ଭାରତକୁ ଜିତିବା ପାଇଁ 522 ରନ କରିବାକୁ ପଡିବ

Odisha Sports Bureau

ସରିଲା କ୍ୱାରାଣ୍ଟାଇନ, ଆରମ୍ଭ ହେଲା ଅଭ୍ୟାସ

ବିଶ୍ୱକପ କ୍ରିକେଟରେ ଭାରତ ଓ ପାକିସ୍ତାନ ଲଢେଇ ଉପରେ ମୋଇନ ଖାନଙ୍କ ମନ୍ତବ୍ୟ

Odisha Sports Bureau