Hockey

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

(ଓଡ଼ିଶା ସ୍ପୋର୍ଟ): ଶନିବାର ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ଚଳିତ ପ୍ରୋ ଲିଗ୍କୁ ଏପ୍ରିଲ ୧୫ ପର୍ୟ୍ୟନ୍ତ ସ୍ଥଗିତ କରିଛି। ବିଭିନ୍ନ ଦେଶରୁ ମିଳିଥିବା ସୂଚନା ଓ ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ (ଡବ୍ଲଏଚ୍ଓ), ବିଭିନ୍ନ ଦେଶର ସରକାର ଓ ସ୍ଥାନୀୟ ଆୟୋଜକ କମିଟିର ପରାମର୍ଶକୁ ଭିତ୍ତି କରି ଏଫ୍ଆଇଏଚ୍ ଏହି ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ଓ ସମସ୍ତ ଅଂଶଗ୍ରହଣକାରୀ ଜାତୀୟ ଆସୋସିଏଶନ (ଏନ୍ଏଏସ୍) ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍କୁ ଏପ୍ରିଲ ୧୫ ପର୍ୟ୍ୟନ୍ତ ଘୁଞ୍ଚାଇ ଦେବାକୁ ଧାର୍ୟ୍ୟ କରିଛନ୍ତି ବୋଲି ଅନ୍ତର୍ଜାତୀୟ ହକିର ପରିଚଳାନା ସଂସ୍ଥା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ହୋମ ଓ ଆଓ୍ବେ ଭିତ୍ତିରେ ଖେଳାଯାଉଥିବା ଲିଗ୍ରେ ୯ ଦଳ ଅଂଶଗ୍ରହଣ କରୁଛନ୍ତି। କାର୍ୟ୍ୟସୂଚୀ ଅନୁଯାୟୀ ଭାରତୀୟ ଦଳ ଏପ୍ରିଲ ୨୫ ଓ ୨୬ ତାରିଖରେ ଜର୍ମାନୀ ବିପକ୍ଷରେ ବର୍ଲିନଠାରେ ମ୍ୟାଚ ଖେଳିବାର ଅଛି। ପରିସ୍ଥିତିର ମୂଲ୍ୟାଙ୍କନ ଓ ସ୍ଥାନୀୟ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ଉପରେ ମ୍ୟାଚ୍ କେବେ ଆୟୋଜନ ହେବ ତାହା ନିର୍ଭର କରେ।

Related posts

ଆଜି ଠାରୁ ହକି ଲଢେଇ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍

Odisha Sports Bureau

ଚମକୁଛି ନୀରଜଙ୍କ ଭାଗ୍ୟ

Odisha Sports Bureau

ମହିଳା ହକୀ ଟିମର ବିଜୟ ସହିତ ଆରମ୍ଭ ନ୍ୟୁଜଲ୍ୟାଣ୍ଡ୍ ଟୁର

Odisha Sports Bureau