Tennis

ଏସିଆ ଟେବୁଲ ଟେନିସ୍ ଚମ୍ପିଆନସିପ୍ରେ ପାୟସଙ୍କୁ ରୌପ୍ୟ

(ଓଡିଶା ସ୍ପୋର୍ଟ): ଭାରତୀୟ ଟେବୁଲ ଟେନିସ୍ ଖେଳାଳୀ ପାୟସ ଜୈନଙ୍କୁ ୨୫ ତମ ଜୁନିୟର ଏବଂ କ୍ୟାଡେଡ୍ ଟେବୁଲ ଟେନିସ୍ ଚମ୍ପିଆନସିପ୍ରେ ରୌପ୍ୟ ପଦକରେ ସନ୍ତୁଷ୍ଠ ହେବାକୁ ପଡିଛି । ଶନିବାର ଦିନ ମଙ୍ଗୋଲିଆର ଉଲାନବଟୋରରେ ଖେଳାଯାଇଥିବା ଏସିଆ ଜୁନିୟର ଏବଂ କ୍ୟାଡେଡ୍ ଟେବୁଲ ଟେନିସ୍ ଚମ୍ପିଆନସିପର ଫାଇନାଲରେ ପାୟସଙ୍କୁ ଶୀର୍ଷ ସମ୍ମାନ ପ୍ରାପ୍ତ ଏବଂ ଦୁନିଆର ନମ୍ବର ୧. ଥିବା ଖେଳାଳୀ ଚୀନର ୟୁଆନ୍ୟୁ ଚେନ୍ଙ୍କ ଠାରୁ ୦-୪ସେଟରେ ପରାସ୍ତ ହୋଇ ରୌପ୍ୟ ପଦକରେ ନିଜକୁ ସନ୍ତୁଷ୍ଟ କରିଛନ୍ତି । ପାୟସ ପ୍ରଥମେ ଆକ୍ରମଣାମô୍କ ଖେଳିଥିଲେ କିନ୍ତୁ ଚୀନ ଖେଳାଳୀଙ୍କ ଆକ୍ରମଣ ଆଗରେ ତାଙ୍କ ଚାଲି ନ ଥିଲା । ୨୦ମିନିଟ ଠାରୁ କମ୍ ସମୟ ପରେ ୧୧-୧୩, ୬-୧୧, ୮-୧୧ ଏବଂ ୫-୧୧ ସେଟରେ ପରାସ୍ତ ହୋଇଛନ୍ତି । ରୌପ୍ୟ ପଦକ ପାଇଁ ତାଙ୍କୁ ଏସିଆ ଟିମ୍ରେ ସ୍ଥାନ ମିଳିଯାଇଛି । ଯାହା ଅକ୍ଟୋବର ମାସରେ ପୋଲାଣ୍ଡର ଭ୍ଲାଦିସୋଭୋଭୋରେ ହେବାକୁ ଥିବା ବିଶ୍ୱ କ୍ୟାଡେଡ୍ ଚ୍ୟାଲେଞ୍ଜରେ ଭାଗ ନେବେ । ଭାରତୀୟ ଟିମ୍ ର ଅଭିଯାନ ଦୁଇଟି ରୌପ୍ୟ ପଦକ ସହିତ ସମାପ୍ତ ହୋଇଛି, ଯେଉଁଥିରେ ଜୁନିୟର ପୁରୁଷ ଟିମ୍ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି ।

Related posts

ପ୍ରାଗ୍ ଓପନରେ ଭାରତୀୟ ଚ୍ୟାଲେଞ୍ଜ ଶେଷ

Odisha Sports Bureau

ପେନ ପେସିଫିକ୍ ଓପନ: କ୍ୱାଟର ଫାଇନାଲରେ ପ୍ରବେଶ କଲେ ନାଓମୀ ଓସାକା

Odisha Sports Bureau

୧୭ରୁ ଆରମ୍ଭ ହେବ ଟେବୁଲ ଟେନିସ ଚାମ୍ପିୟାନସିପ