Cricket

କେରିବିୟନ ପ୍ରମିୟର ଲିଗରେ ରସେଲଙ୍କୁ ଚୋଟ

(ଓଡିଶାସ୍ପୋର୍ଟସ ):  ୱେଷ୍ଟେଣ୍ଡିଜର ବିସ୍ପୋଟକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ କେରିବିୟନ ପ୍ରମିୟର ଲିଗରେ ଜମୈକା ତଳବାହ ଓ ସେଣ୍ଟ ଲୁସିୟା ଜୋଉକ୍ସ ମଧ୍ୟରେ ହେଉଥିବା ମ୍ୟାଚ ବେଳେ ମୁଣ୍ଡରେ ବଲ ବାଜିଛି ଆଘାତ ଲାଗିଛି । ରସେଲ ବ୍ୟାଟିଂ କରିଥିବା ବେଳେ ହେଲମେଣ୍ଟ ପିନ୍ଧିଥିଲେ । କିନ୍ତୁ ବଲ ବାଜିବା ପରେ ତାଙ୍କୁ ପଡିଆରୁ ବାହାରକୁ ଯିବାକୁ ପଡିଛି ।

କ୍ରିକ୍ଇମ୍ଫୋ ଅନୁଯାୟୀ, ଗୁରୁବାର ସବାଇନା ପାକୟରେ ତଲବାହର ବ୍ୟାଟିଂ ବେଳେ ୧୪ ଓଭରରେ ରସେଲ ଫୁଲ ସଟ ଖେଳିବାକୁ ପ୍ରୟାସ କରିଥିଲେ । ଫୁଲ ସଟ ଖେଳିବା ପ୍ରୟାସ କରିବା କାରଣରୁ ତାଙ୍କ ମୁଣ୍ଡକୁ ବୁଲାଇଥିଲେ ଓ ତାଙ୍କ ମୁଣ୍ଡରେ ଚୋଟ ଲାଗିଥିଲା । ଫଳରେ ସେ ତଳେ ପଡି ଯାଇଥିଲେ । ଅନ୍ୟ ଖେଳାଳୀ ତାଙ୍କ ହେଲମେଟ ବାହାର କରି କ୍ଷତ ଦେଖିଥିଲେ । ରସେଲଙ୍କୁ ତୁରନ୍ତ ଷ୍ଟ୍ରେଚରରେ ପଡିଆରୁ ବାହାରକୁ ନିଆ ଯାଇଥିଲା । ଏହାପରେ ତାଙ୍କ ସିଟି ସ୍କାନ କରାଯାଇଥିଲା । ରିପୋର୍ଟରେ କୌଣସି ଗମ୍ଭୀର ଚୋଟ ଲାଗିନ ଥିବା ଜଣାପଡିଛି । ରସେଲ ହେଲମେଟରେ ନେକ ଗାର୍ଡ ଲଗାଇ ନ ଥିଲେ । ଯଦି ନେକ ଗାର୍ଡ ଲଗାଯାଇଥାନ୍ତା, ତେବେ ଏପରି ହୋଇନଥାନ୍ତା ।

Related posts

ବାହାନଗା ଟ୍ରେନ୍ ଟ୍ରାଜେଡି: ପୀଡ଼ିତଙ୍କ ଚିକିତ୍ସା ପାଇଁ ୧ଲକ୍ଷ ଟଙ୍କା ଦାନ କଲେ ଚହଲ

ଟି -୨୦ ବିଶ୍ୱକପ ଜିତିବା ପରେ ଭାବବିହୋଳ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ମାଂଦପେଶୀ ଜନିତ ଆଘାତ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ବାଦ ପଡିଲେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର

Odisha Sports Bureau