Cricket

ଖୁବ ଶୀଘ୍ର ବାଜିବ ରାହୁଲ-ଆଥିୟାଙ୍କ ଯୋଡି ମହୁରୀ

ନୂଆଦିଲ୍ଲୀ : ଆସିଗଲାଣି ବିବାହ ଋତୁ । ଏବେ ଚାରିଆଡେ ବାଜିବ ଯୋଡି ମହୁରୀ । ତେବେ ଏହି ବିବାହ ଋତୁରେ ଅନେକ ତାରକା ଯୋଡି ବାହା ହେବାକୁ ପ୍ରସ୍ତୁତ ହେଲେଣି । ସେମାନଙ୍କ ମଦ୍ୟରୁ ପ୍ରଥମେ ରାହୁଲ-ଆଥିୟାଙ୍କ ନାଁ ଶୁଣିବାକୁ ମିଳୁଛି । ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ.ରାହୁଲ ଓ ସୁନିଲ ସେଠୀଙ୍କ କନ୍ୟା ଆଥିୟା ସେଠୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁଇଜଣଙ୍କ ଫଟୋ ଏକାଠି ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଦୁହେଁ ପ୍ରେମ ବିବାହ କରିଥିବା ଚର୍ଚ୍ଚା ମଧ୍ୟ ହୋଇଛି ।
ଅଥିୟା ଓ ରାହୁଲଙ୍କ ବିବାହ ଖବର ଉପରେ ମୋହର ଲାଗିଛି । ଗଣମାଧ୍ୟମ ସୂଚନା ମୁତାବକ, ଜାନୁଆରୀ ୨୩ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୂଚନା ମୁତାବକ, ଦୁହିଁଙ୍କ ବିବାହ ଖଣ୍ଡାଲାର ବଙ୍ଗଳାରେ ହେବ । ଏଥିରେ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ କଳା ଜଗତର ପପୁଲାର ସେଲିବ୍ରିଟି ମଧ୍ୟ ଯୋଗ ଦେବେ ।

Related posts

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଟେଷ୍ଟ୍ କ୍ରିକେଟରେ ଅଗ୍ନି ପରୀକ୍ଷା ଦେବେ ଅଷ୍ଟ୍ରେଲିଆର ୫ ନବାଗତ ଖେଳାଳି

Odisha Sports Bureau

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ।

Odisha Sports Bureau