(ଓଡିଶା ସ୍ପୋର୍ଟ): ବିଶ୍ୱର ୫୦ତମ ନମ୍ବରରେ ଥିବା ଖେଳାଳୀ ଗ୍ରୀସ୍ ର ମାରିଆ ସକ୍କାରୀ ଗତ ଚମ୍ପିଆନ କିକି ବଣ୍ଟେସ୍ଙ୍କୁ ସିକାର ବନାଇ ଚାର୍ସ୍ଲଟନ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର କ୍ୱାଟର ପାଇନାଲରେ ପ୍ରବେଶ କରିଛନ୍ତି । ମାରିଆ ନେଦର ଲ୍ୟାଣ୍ଡର ବଣ୍ଟେସ୍ଙ୍କୁ ୭-୬, ୬-୩ ସେଟ୍ରେ ପରାସ୍ତ କରିଛନ୍ତି । ଏବେ ମାରିଆଙ୍କ ସାମ୍ନା ଡେନମାର୍କର କେରୋଲିନ୍ ୱେଜ୍ନିୟାକିଙ୍କ ସହିତ ହେବ, ଯିଏ ମେହିଲାଙ୍କୁ ୬-୪,୩-୬, ୬-୩ ସେଟ୍ରେ ପରାସ୍ତ କରିଥିଲେ । ଅନ୍ୟ ମ୍ୟଚ୍ରେ ମେଡିସନ୍ କିଜ୍ ଜେଲେନା ଔସ୍ତାପେଙ୍କୋଙ୍କୁ ୭-୫, ୬-୨ସେଟରେ, ସ୍ଲୋଏନେ ଷ୍ଟିମ୍ଫସ୍ ଅଜଲା ଟୋମଲଜନବିଚ୍ଙ୍କୁ ୪-୬, ୬-୪, ୬-୪ ସେଟ୍ ରେ ଏବଂ ଡେନିଏଲ ରୋଜ୍ କୋଲିଂସ୍ କଇୟା କେନେପି ଙ୍କୁ ୭-୬, ୬-୧ ବାହାରର ରାସ୍ତା ଦେଖାଇ ଶେଷ ଆଠଟି ଟିକେଟ୍ କାଟିଥିଲେ ।
previous post