Hockey

ଜାତୀୟ କନିଷ୍ଠ ପୁରୁଷ ହକି ପାଇଁ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ

(ଓଡିଶା ସ୍ପୋର୍ଟ): ମହାରାଷ୍ଟ୍ରର ଔରଙ୍ଗାବାଦରେ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଆସନ୍ତା ୧୭ ତାରିଖରୁ ଅନୁଷ୍ଠିତ ହେବ। ଏଥିପାଇଁ କ୍ରିଷ୍ଣା ତିର୍କିଙ୍କ ନେତୃତ୍ବରେ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ କରିଛି। ଦଳ ସହିତ ପ୍ରଣବ କିଶୋର ପଟ୍ଟନାୟକ ପ୍ରଶିକ୍ଷକ, ସୁଶୀଲ କିରୋ ପ୍ରବନ୍ଧକ ଭାବେ ଯାତ୍ରା କରିଛନ୍ତି। ପ୍ରତିଯୋଗିତାର ପୁଲ୍‌ ଡି’ରେ ଓଡ଼ିଶା ସହିତ ସାଇ, ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ, ଷ୍ଟିଲ୍‌ ପ୍ଲାଣ୍ଟ ସ୍ପୋର୍ଟ୍ସ ବୋର୍ଡ, ବିହାର ସ୍ଥାନ ପାଇଛନ୍ତି। ଓଡ଼ିଶା ୧୭ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଷ୍ଟିଲ୍‌ ପ୍ଲାଣ୍ଟ, ୧୯ ତାରିଖରେ ପଞ୍ଜାବ ଓ ସିନ୍ଧ୍‌ ବ୍ୟାଙ୍କ୍‌, ୨୧ ତାରିଖରେ ସାଇ ଏବ˚ ୨୩ ତାରିଖରେ ବିହାରକୁ ଭେଟିବ।

Related posts

ଜାପାନକୁ ୩୫-୧ରେ ହରାଇଲା ଭାରତ

Odisha Sports Bureau

ଶେଖର ଗୁପ୍ତାଙ୍କୁ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

Odisha Sports Bureau