Cricket

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ କାମ କରିବାକୁ ପଡ଼ିବ: ଗାଙ୍ଗୁଲି

(ଓଡ଼ିଶା ସ୍ପୋର୍ଟ): ଭାରତରେ ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଏ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ‘ଟେଷ୍ଟ କ୍ରିକେଟ’ର ଲୋକପ୍ରିୟତା ବଢ଼ାଇବା ପାଇଁ କାମ କରିବାକୁ ପଡ଼ିବ । ବାଲାଂଦେଶ ବିପକ୍ଷରେ ଭାରତର ଟେଷ୍ଟ ଶୃଙ୍ଖଳା ଜାରି ଅଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏହା ପୂର୍ବରୁ ଟେଷ୍ଟ ଶୃଙ୍ଖଳା ଖେଳିଥିଲା, ଯେଉଁଥିରେ ଦର୍ଶକଙ୍କ ସଂଖ୍ୟା କମ ଥିଲା । ମାତ୍ର ଆଗାମୀ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚର ପ୍ରଥମ ୩ ଦିନ ପାଇଁ ବହୁ ପରିମାଣରେ ଟିକେଟ ବିକ୍ରି ହୋଇ ସାରିଛି ।

ଗତ ମାସରେ ବୋର୍ଡର ସଭାପତି ଦାୟିତ୍ୱ ନେବା ପରେ ଗାଙ୍ଗୁଲି ଇଡେନ ଗାର୍ଡେନରେ ଦିବା-ରାତ୍ର ଟେଷ୍ଟ ମ୍ୟାଚର ଆୟୋଜନ କରିବାକୁ ଆଗ୍ରହ ଦେଖାଯାଇଥିଲେ । ଗାଙ୍ଗୁଲି କହିଛନ୍ତି, ଆଗକୁ ବଢ଼ିବାକୁ ଏହା ହେଉଛି ଏକ ବଡ଼ କାମ । ଟେଷ୍ଟ କ୍ରିକେଟକୁ କାୟାକଳ୍ପ ଜରୁରୀ ଅଛି । ପୂର୍ବ ଭାରତୀୟ ଅଧିନାୟକ କହଛନ୍ତି ଯେ, ଏହା ବିଶ୍ୱର ଚାରିଆଡେ ହେଉଛି । ଯେକୌଣସି ସ୍ଥାନରୁ ଏହାକୁ ଆରମ୍ଭ କରାଯିବାର ଥିଲା । କ୍ରିକେଟ କ୍ଷେତ୍ରରେ ଭାରତ ସବୁଠାରୁ ବଡ଼ ଦେଶ । ମୋ ମତରେ କ୍ରିକେଟରେ ପରିବର୍ତ୍ତନ ଆସିବା ଦରକାର ।

Related posts

ମେ ୨୬ରେ ଖେଳାଯିବ ଫାଇନାଲ ମୁକାବିଲା

Odisha Sports Bureau

ଆଡ଼ିଲେଡ଼୍ ଠାରେ ଯାଦୁ ଦେଖାଇଲେ ଜାଡ଼େଜା

Odisha Sports Bureau

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧାୱନ ନେବେ ଅବସର? ମିଳିଲା ବଡ ସୂଚନା

Odisha Sports Bureau