Cricket

ଟେଷ୍ଟ ମ୍ୟାଚ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷିତ

(ଓଡ଼ିଶା ସ୍ପୋର୍ଟ): ଆସନ୍ତା ୨୧ ତାରିଖରୁ ଭାରତ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ନ୍ୟୁଜିଲ୍ୟାଣ୍ଡ ଦଳ । ସୂଚନା ମୁତାବକ ଟିମ୍ରେ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପୂନର୍ବାର ସାମିଲ ହୋଇଥିବା ବେଳେ ମିଚେଲ ସୈଟନରଙ୍କ ସ୍ଥାନରେ ବାମ ହାତର ସ୍ପିନର ଏଜାଜ ପଟେଲଙ୍କୁ ସାମିଲ କରାଯାଇଛି। ଏହାବ୍ୟତୀତ ଦିନିକିଆ ସିରିଜ୍ ରେ ଭାରତ ବିପକ୍ଷରେ ସାନ୍ଦାର ପ୍ରଦର୍ଶନ କରୁଥିବା ଯୁବ ପେସ୍ ବୋଲର୍ କାଇଲ ଜୈମିସନଙ୍କୁ ମଧ୍ୟ ପ୍ରଥମ ଥର ଟେଷ୍ଟ ଟିମ୍ ରେ ସାମିଲ କରାଯାଇଛି।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୧ରୁ ୨୫ ଫେବ୍ରୁଆରୀ ପର୍ୟ୍ୟନ୍ତ ୱେଲିଙ୍ଗଟନରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୨୯ ଫେବ୍ରୁଆରୀରୁ ୪ ମାର୍ଚ୍ଚ ପର୍ୟ୍ୟନ୍ତ ଖ୍ରାଷ୍ଟଚଚ୍ଚ୍ରରେ ଖେଳାଯିବ । ପୂର୍ବରୁ ଖେଳାଯାଇଥିବା ଟି ଟ୍ୱେଣ୍ଟି ସିରିଜରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହରାଇ ସିରିଜ କ୍ଲିନ ସ୍ୱିପ କରିଥିବାବେଳେ ଦିନିକିଆ ସିରିଜରେ ଭାରତକୁ ୩-୦ ରେ ହରାଇ ଏହାର ମଧୁର ପ୍ରତିଶୋଧ ନେଇଥିଲା ଘରୋଇ ଦଳ ।
ଘୋଷିତ ନ୍ୟୁଜିଲ୍ୟାଣ୍ଡ ଦଳ :- କେନ ୱିଲିୟମସନ(ଅଧିନାୟକ), ଟମ ଲାଥାମ, ଟମ ବ୍ଲେଡଲ, ରସ ଟେଲର, ହେନେରି ନିକୋଲାସ, ବିଜ ୱାଟଲିଙ୍ଗ(ୱିକେଟ କିପର), କଲିନ ଡି ଗ୍ରାଣ୍ଡହୋମ, ଟିମ ସାଉଥି, ନୀଲ ୱାଗନର, ଟ୍ରେଣ୍ଟ ବୋଲ୍ଟ , ଏଜାଜ ପଟେଲ, କାଇଲ ଜେମିସନ, ଡେରିଲ ମିଶେଲ ।

Related posts

ଅବସର ନେବେ ଟେନିସ ଖେଳାଳୀ ଲିଆଣ୍ଡର ପେସ୍

Odisha Sports Bureau

ଚମତ୍କାର ବିଜୟ ପରେ ମଧ୍ୟ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିପାରିନି ଟିମ୍ ଇଣ୍ଡିଆ

Odisha Sports Bureau

ଭାଇରାଲ୍ ଭିଡ଼ିଓ ଦେଖି ସମସ୍ତେ ତାଜୁବ୍, ସୁରକ୍ଷା ଭାଙ୍ଗି ରୋହିତଙ୍କ ହାତ ଧରିଦେଲେ ମହିଳା

Odisha Sports Bureau