More Sports

ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ

(ଓଡିଶା ସ୍ପୋର୍ଟ): ଓଡ଼ିଆ ଝିଅ ତଥା ଓଡ଼ିଶାର ନମ୍ବର ୱାନ ଧାବିକା ଦୂତୀ ଚାନ୍ଦ ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗତକାଲି ଦୂତୀଙ୍କୁ କିଟ ଓ କିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ନାପୋଲିରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୂତି ୧୧.୩୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଫଳରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବାରେ ଦୂ୍ତି ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ।

ମଙ୍ଗଳବାର ଆୟୋଜିତ ଏହି ସମ୍ବର୍ଧନା ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, ଦୂତିଙ୍କ ପ୍ରଶିକ୍ଷକ ଏନ୍ ରମେଶ, କିଟ୍ ବିଶ୍ବବିଦ୍ୟାଳୟର କୁଳପତି ହୃଷିକେଶ ମହାନ୍ତି, କୁଳସଚିବ ସସ୍ମିତାରାଣୀ ସାମନ୍ତ ଉପସ୍ଥିତ ଥିଲେ। ଏହି ଅବସରରେ ଦୂତିଙ୍କ ନାମରେ ଏକ ଆଥ୍ଲେଟିକ ଟ୍ରାକ ନାମିତ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। କିଟ୍ ପରିସରରେ ନିର୍ମାଣାଧୀନ ଆଥ୍ଲେଟିକ ଟ୍ରାକ୍ ସମ୍ପୂର୍ଣ୍ଣ ହେବା ପରେ ଏହା ତାଙ୍କ ନାମରେ ନାମିତ ହେବ। ଏଥିସହ ଭବିଷ୍ୟତରେ କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠା କରାଯିବାକୁ ଥିବା ଆଥ୍ଲେଟିକ୍ ଏକାଡେମିରେ ଦୂତିଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ।

Related posts

ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Odisha Sports Bureau

ପ୍ରୋ କବାଡ୍ଡି ଲିଗ୍ ୨୦୧୮ର ଆଉ ଏକ ରୋମାଞ୍ଚକର ମୁକାବିଲା, ଦିଲ୍ଲୀ ବେଙ୍ଗଲୁରକୁ ହରାଇଲା ।

Odisha Sports Bureau

ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିବା ପରେ ଆଥଲେଟ୍ସ ଏମଡି ରେୟାନ ବାଶା ଏବଂ ଦୋଣ୍ଡପତି ଜୟରାମଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡା ମନ୍ତ୍ରୀ