More Sports

ଦୋହା ଏସିଆନ ଆଥଲେଟିକ୍ ଚାମ୍ପିଅନଶିପରେ ଦୂତିଙ୍କ ରେକର୍ଡ଼

(ଓଡିଶା ସ୍ପୋର୍ଟ): ଆଜି ଠାରୁ ଦୋହାରେ ଆରମ୍ଭ ହୋଇଯାଇଛି ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପ ।ଏହି ଚାମ୍ପିଅନଶିପରେ ଦୌଡରାଣୀ ଦୂତି ଚାନ୍ଦ ପୁଣି ଏକ ନୂଆ ରେକର୍ଡ କରିଛନ୍ତି । ୧୦୦ ମିଟର ଦୌଡରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଦୋହା ଏସିଆନ ଆଥଲେଟିକ୍ ଚାମ୍ପିଅନଶିପରେ ଏହା ନୂଆ ରେକର୍ଡ ।
ହିଟ୍-୪ରେ ଦୌଡ଼ୁଥିବା ଦୂତୀ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୨୮ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ହିଁ ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଗୁଆହାଟୀରେ ସେ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଥିଲେ।
ତେବେ ଭାରତର ଅନ୍ୟତମ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆହତ କାରଣରୁ ମହିଳା ୪୦୦ ମିଟର ଅଧାରୁ ଓହରି ଯାଇଛନ୍ତି। ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ୪୦୦ ମିଟରକୁ ୫୦.୭୯ ମିନିଟରେ ଅତିକ୍ରମ କରି ରେକର୍ଡ ସ୍ଥାନ କରିଥିବା ହିମା ଆଜି ଭଲ ଆରମ୍ଭ କରିଥିଲେ। କିନ୍ତୁ କିଛି ବାଟ ଦୌଡ଼ିବା ପରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅଧାରୁ ହିଁ ଟ୍ରାକରୁ ବାହାରି ଆସିଥିଲେ।

Related posts

ମେରୀକମଙ୍କ ସହିତ ସମସ୍ତ ମୁଷ୍ଟିଯୋଦ୍ଧା ଜାର୍ଡାନରୁ ଫେରିବାପରେ ଘରେ ପୃଥକ ରହିବେ

Odisha Sports Bureau

ଭାରତର ଅଷ୍ଟମ ପଦକ

Odisha Sports Bureau

ୱାର୍ଲ୍ଡ ଚମ୍ପିୟନଶିପରେ ଦୂତୀ

Odisha Sports Bureau