Cricket

ଦ୍ୱିତୀୟ ଦିନିକିଆରେ ଭାରତର ୫୦୦ ତମ ବିଜୟ

(ଓଡିଶା ସ୍ପୋର୍ଟ): ନାଗପୁରର ଜାମଥାର ଭିସିଏ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକର ଦ୍ଵିତୀୟ ଦିନିକିଆରେ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କରିଛି। ପ୍ରଥମେ ବିରାଟ କୋହଲିଙ୍କ ଶତକ ଏବଂ ପରେ ବୋଲରଙ୍କ ବୋଲିଂ ବଳରେ ଭାରତ ଏହି ମ୍ୟାଚକୁ ନିଜ ନାମରେ କରିବାରେ ସଫଳ ହୋଇଛି। ଏହା ସହିତ ଦିନିକିଆରେ ଭାରତର ଏହା ହେଉଛି ୫୦୦ତମ ବିଜୟ। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି।

ଏହାର ଜବାବରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୨ ରନ୍ କରିବାକୁ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୧୧ ରନ୍ ଆବଶ୍ୟକ ହେଉଥିବା ବେଳେ ବିଜୟ ଶଙ୍କର ଚମତ୍କାର ବୋଲିଂ କରି ଦୁଇଟି ୱିକେଟ୍ ଦଖଲ କରିବା ସହ ଭାରତକୁ ୮ ରନ୍ ରୋମାଞ୍ଚକର ବିଜୟ ଦେଇଥିଲେ ।

Related posts

ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି

ପୁଣି ଚ୍ଚର୍ଚାରେ ରିଙ୍କୁ ସିଂହ,ପଡ଼ିଆ ଭିତରେ ହିରେ ଓ ପଡ଼ିଆ ବାହାରେ ହିରେ

Odisha Sports Bureau

ପିଙ୍କ ବଲ ଓଜନିଆ: ବିରାଟ

Odisha Sports Bureau