More Sports

ନାଟକୀୟ ରୁୁପରେ ଫାଇନାଲରେ ପ୍ରବେଶ କଲେ ଅବିନାଶ୍

(ଓଡିଶା ସ୍ପୋର୍ଟସ): ଭାରତର ଅବିନାଶ ସାବଲେ ୩୦୦୦ ମିଟର ସ୍ଟିପଲଚେଜର ନିିଜର ରାଷ୍ଟ୍ରୀୟ ରେକର୍ଡରେ ସୁଧାର ଆଣିବା ପରେ ନାଟକିୟ ଢଙ୍ଗରେ ବିଶ୍ୱ ଆଥଲେଟକ୍ସ୍ ଚମମ୍ପିଆନସିପ୍ ର ଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି । ୨୪ ବର୍ଷିୟ ଭାରତୀୟ ଖେଳାଳୀ ୮ ମିନିଟ୍ ୨୫.୨୩ ସେକେଣ୍ଡର ସମୟ ନେଇ ନିଜ ହିଟର ସପ୍ତମ ଏବଂ ୪୪ ଜଣ ଖେଳାଳୀଙ୍କ ମଧ୍ୟରେ ୨୦ତମ ସ୍ଥାନରେ ରହିଛନ୍ତି । ଏହି ସମୟରେ ତାଙ୍କୁୁ ଦୁଇଥର ବାଧା ମଧ୍ୟ ପହଞ୍ଚିିଥିଲା । ଭାରତୀୟ ଆଥଲେଟିକ୍ ଫେଡେରେସନ୍ ଏହା ବିରୁଦ୍ଧରେ ଆବେଦନ କରି କହିଛନ୍ତିି କିି ହିଟ୍ ସମୟରେ ଅବିନାସଙ୍କୁ ଦୁଇଥର ରାସ୍ତାରେ ବାଧା ପହଞ୍ଚିଥିଲା ଯେଉଁଥିରେ ତାଙ୍କର କୌଣସି ଭୁଲ ନଥିଲା । ଏହି ଆବେଦନ ମଞ୍ଜୁରି ହେବା ପରେ ଅବିନାଶ ୧୬ତମ ଖେଳାଳୀ ରୂପେ ଫାଇନାଲ ପାଇଁ କ୍ୱାଲିଫାଇ କରି ନେଇଛନ୍ତି । ସେ ମାର୍ଚ୍ଚ ମାସରେ ଫେଡରେସନ୍ କପରେ ୮ ମିନିଟ ୨୮.୯୪ ସେକେଣ୍ଡରେ ରାଷ୍ଟ୍ରିୟ ରେକର୍ଡ ବନାଇଛନ୍ତିି ।

Related posts

ପ୍ରାଗନନନ୍ଦାଙ୍କ ବିଜୟ ଅଭିଯାନ ଶେଷ

Odisha Sports Bureau

ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୨୮ ତମ ଏସିୟ ଟେବୁଲ ଟେନିସ ଟିମ ଚାମ୍ପିଆନସିପ ୨୦୨୫

Odisha Sports Bureau

ନୀରଜଙ୍କୁ ମିଳିଲା ସ୍ୱର୍ଣ୍ଣ

Odisha Sports Bureau