(ଓଡିଶାସ୍ପୋର୍ଟସ ): ମେହୁଲି ଘୋଷ ନିଜର ଭଲ ପ୍ରଦର୍ଶନ ଜାରି ରଖି ବୁଧବାର ଦିନ ଏଠାରେ ରାଷ୍ଟ୍ରିୟ ସୁଟିଙ୍ଗ ଟ୍ରାୟଲ୍ସରେ ଲଗାତର ଦ୍ୱିତୀୟ ଦିନରେ ୧୦ ମିଟର ଏୟାର ରାଇଫଲର ସିନିୟର ଏବଂ ଜୁନିୟର ଦୁଇଟି ଯାକ ବିଭାଗରେ ଟ୍ରଫି ଜିତିଛନ୍ତି । ମେହୁଲି ମଙ୍ଗଳବାର ଦିନ ଡ଼ଃ. କର୍ଣ୍ଣି ସିଂ ସୁଟିଙ୍ଗ ରେଞ୍ଜରେ ମଧ୍ୟ ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛନ୍ତି । ଫାଇନାଲରେ ବିଶ୍ୱର ସର୍ବଶ୍ରେଷ୍ଠ ତିନିଜଣ ସୁଟର ରହିଥିଲେ ମଧ୍ୟ ସେ ୨୫୧.୯ ଅଙ୍କ ସହିତ ଟ୍ରଫି ହାତେଇବାରେ ସଫଳ ହୋଇଛନ୍ତି । କେବଳ ଏହା ନୁହେଁ ସେ ୨୫୨.୭ ଅଙ୍କ ସହିତ ଜୁନିୟର ଫାଇନାଲ ମଧ୍ୟ ଜିତିଛନ୍ତି । ସେ ଟିମର ସାଥି ଏବଂ ବିଶ୍ୱର ନଂମ୍ବର ୧. ସୁଟର ଅପୁର୍ବି ଚନ୍ଦେଲାଙ୍କ ଫାଇନାଲରେ କରିଥିବା ବିଶ୍ୱ ରେକର୍ଡ ୨୫୨.୯ ଅଭ୍କ ଠାରୁ ମାତ୍ର ୦.୨ ଅଙ୍କ ପଛରେ ରହିଛନ୍ତି ।
ମଧ୍ୟପ୍ରଦେଶର ଶ୍ରେୟା ଅଗ୍ରୱାଲଙ୍କୁ ଲଗାତାର ଦ୍ୱିତୀୟ ଦିନରେ ମେହୁଲି ପଛରେ ପକାଇଛନ୍ତି । ଶ୍ରେୟା କାଲି ସିନିୟର ଫାଇନାଲରେ ପଛରେ ରହିଯାଇଥିଲେ, ଯେତେବେଳେ କି ଆଜି ଜୁନିୟର ଫାଇନାଲରେ ୨୫୧ ଅଙ୍କ ସହିିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରିଓ ବିଶ୍ୱ କପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଇଲାବେନିଲ ବଲାରୀବାନ ସିନିୟର ଫାଇନାଲରେ ୨୫୧ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଅପୁର୍ବି ଏବଂ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ସୁଟର ଅଞ୍ଜୁମ ମୋଦଗିଲ ସିନିୟର ଫାଇନାଲରେ କ୍ରମଶଃ ଷଷ୍ଠ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ହିମାଚଳର ଜିନା ଖଟ୍ଟୁ ଏହି ଟୁର୍ଣ୍ଣମେଣ୍ଟରେ ଯୁବା ବର୍ଗର ଟ୍ରଫି ଲଗାତାର ଦ୍ୱିତୀୟ ଦିନରେ ୨୫୧.୧ଅଙ୍କ ସହିତ ବିଜୟ ହାସଲ କରିଛନ୍ତି । ପଞ୍ଜାବର ଖୁସୀ ସୈନ ତିନୋଟି ଯାକ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି ।
ରେଲୱେର ଅଖିଳ ଶ୍ୟୋରାଣ ପୁରୁଷ ୫୦ ମିଟର ଏୟାର ରାଇଫଲ ଥ୍ରୀ ପୋଜିସନର ଟାଇଟଲ ଫାଇନାଲରେ ୪୫୫.୫ ଅଙ୍କ ସହିତ ଜିତିଛନ୍ତି । ମଧ୍ୟ ପ୍ରଦେଶର ଐଶ୍ୱଯ୍ୟ ପ୍ରତାପ ସିଂ ତୋମାର ୪୫୫.୦ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଯେତେବେଳେ କି ଐଶ୍ୱର୍ଯ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଜୁନିୟର ପୁରୁଷ ଟ୍ରୟଲ ଜିତିଛନ୍ତି ।
ଦିଲ୍ଲୀର ଅର୍ପିତ ଗୋୟଲ ଫାଇନାଲରେ ୩୦ ଅଙ୍କ ସହିତ ପୁରୁଷ ୨୫ ମତଯର ରେପିଡ ଫାୟାର ପିସ୍ତଲର ଟ୍ରାୟଲ ଜିତିଛନ୍ତି । ଚଣ୍ଡିଗଡର ଓଦୟବୀର ସିଂ ସିନ୍ଧୁ ସିନିଅର ବର୍ଗରେ ତୃତୀୟ ସ୍ଥାନରେ ରହିଥିଲେ କିନ୍ତୁ ୩୨ ଅଙ୍କ ସହିତ ଜୁନିୟର ଟ୍ରାୟଲ ଜିତିବାରେ ସଫଳ ରହିଛନ୍ତି ।
previous post
next post