Shooting

ନ୍ୟାସନାଲ ସୁଟିଙ୍ଗ୍ ଟ୍ରାୟଲ୍ସରେ ମେହୁଲି ଘୋଷଙ୍କ ବିଜୟ

(ଓଡିଶାସ୍ପୋର୍ଟସ ):  ମେହୁଲି ଘୋଷ ନିଜର ଭଲ ପ୍ରଦର୍ଶନ ଜାରି ରଖି ବୁଧବାର ଦିନ ଏଠାରେ ରାଷ୍ଟ୍ରିୟ ସୁଟିଙ୍ଗ ଟ୍ରାୟଲ୍ସରେ ଲଗାତର ଦ୍ୱିତୀୟ ଦିନରେ ୧୦ ମିଟର ଏୟାର ରାଇଫଲର ସିନିୟର ଏବଂ ଜୁନିୟର ଦୁଇଟି ଯାକ ବିଭାଗରେ ଟ୍ରଫି ଜିତିଛନ୍ତି । ମେହୁଲି ମଙ୍ଗଳବାର ଦିନ ଡ଼ଃ. କର୍ଣ୍ଣି ସିଂ ସୁଟିଙ୍ଗ ରେଞ୍ଜରେ ମଧ୍ୟ ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛନ୍ତି । ଫାଇନାଲରେ ବିଶ୍ୱର ସର୍ବଶ୍ରେଷ୍ଠ ତିନିଜଣ ସୁଟର ରହିଥିଲେ ମଧ୍ୟ ସେ ୨୫୧.୯ ଅଙ୍କ ସହିତ ଟ୍ରଫି ହାତେଇବାରେ ସଫଳ ହୋଇଛନ୍ତି । କେବଳ ଏହା ନୁହେଁ ସେ ୨୫୨.୭ ଅଙ୍କ ସହିତ ଜୁନିୟର ଫାଇନାଲ ମଧ୍ୟ ଜିତିଛନ୍ତି । ସେ ଟିମର ସାଥି ଏବଂ ବିଶ୍ୱର ନଂମ୍ବର ୧. ସୁଟର ଅପୁର୍ବି ଚନ୍ଦେଲାଙ୍କ ଫାଇନାଲରେ କରିଥିବା ବିଶ୍ୱ ରେକର୍ଡ ୨୫୨.୯ ଅଭ୍କ ଠାରୁ ମାତ୍ର ୦.୨ ଅଙ୍କ ପଛରେ ରହିଛନ୍ତି ।
ମଧ୍ୟପ୍ରଦେଶର ଶ୍ରେୟା ଅଗ୍ରୱାଲଙ୍କୁ ଲଗାତାର ଦ୍ୱିତୀୟ ଦିନରେ ମେହୁଲି ପଛରେ ପକାଇଛନ୍ତି । ଶ୍ରେୟା କାଲି ସିନିୟର ଫାଇନାଲରେ ପଛରେ ରହିଯାଇଥିଲେ, ଯେତେବେଳେ କି ଆଜି ଜୁନିୟର ଫାଇନାଲରେ ୨୫୧ ଅଙ୍କ ସହିିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରିଓ ବିଶ୍ୱ କପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଇଲାବେନିଲ ବଲାରୀବାନ ସିନିୟର ଫାଇନାଲରେ ୨୫୧ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଅପୁର୍ବି ଏବଂ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ସୁଟର ଅଞ୍ଜୁମ ମୋଦଗିଲ ସିନିୟର ଫାଇନାଲରେ କ୍ରମଶଃ ଷଷ୍ଠ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ହିମାଚଳର ଜିନା ଖଟ୍ଟୁ ଏହି ଟୁର୍ଣ୍ଣମେଣ୍ଟରେ ଯୁବା ବର୍ଗର ଟ୍ରଫି ଲଗାତାର ଦ୍ୱିତୀୟ ଦିନରେ ୨୫୧.୧ଅଙ୍କ ସହିତ ବିଜୟ ହାସଲ କରିଛନ୍ତି । ପଞ୍ଜାବର ଖୁସୀ ସୈନ ତିନୋଟି ଯାକ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି ।
ରେଲୱେର ଅଖିଳ ଶ୍ୟୋରାଣ ପୁରୁଷ ୫୦ ମିଟର ଏୟାର ରାଇଫଲ ଥ୍ରୀ ପୋଜିସନର ଟାଇଟଲ ଫାଇନାଲରେ ୪୫୫.୫ ଅଙ୍କ ସହିତ ଜିତିଛନ୍ତି । ମଧ୍ୟ ପ୍ରଦେଶର ଐଶ୍ୱଯ୍ୟ ପ୍ରତାପ ସିଂ ତୋମାର ୪୫୫.୦ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଯେତେବେଳେ କି ଐଶ୍ୱର୍ଯ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଜୁନିୟର ପୁରୁଷ ଟ୍ରୟଲ ଜିତିଛନ୍ତି ।
ଦିଲ୍ଲୀର ଅର୍ପିତ ଗୋୟଲ ଫାଇନାଲରେ ୩୦ ଅଙ୍କ ସହିତ ପୁରୁଷ ୨୫ ମତଯର ରେପିଡ ଫାୟାର ପିସ୍ତଲର ଟ୍ରାୟଲ ଜିତିଛନ୍ତି । ଚଣ୍ଡିଗଡର ଓଦୟବୀର ସିଂ ସିନ୍ଧୁ ସିନିଅର ବର୍ଗରେ ତୃତୀୟ ସ୍ଥାନରେ ରହିଥିଲେ କିନ୍ତୁ ୩୨ ଅଙ୍କ ସହିତ ଜୁନିୟର ଟ୍ରାୟଲ ଜିତିବାରେ ସଫଳ ରହିଛନ୍ତି ।

Related posts

ସୁଟିଙ୍ଗ୍ ୱାର୍ଲଡ କପ୍: ୧୦ମିଟର ଏୟାର ପିସ୍ତଲରେ ମନୁ ଏବଂ ସୌରଭ ଜିତିଲେ ସ୍ୱର୍ଣ୍ଣ

Odisha Sports Bureau

ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପର ଡବଲ ଟ୍ରିପ୍ରେ ସଂଗ୍ରାମ ଏବଂ ବର୍ଷା ଜିତିଲେ ଟାଇଟଲ୍

Odisha Sports Bureau

ଜର୍ମାନୀରେ ସ୍ବର୍ଣ୍ଣ ପଦକ ଜିତିଲେ ଶ୍ରୀୟଙ୍କା

Odisha Sports Bureau