More Sports

ପଦ୍ମ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠାଇଲେ ବିନେଶ

(ଓଡିଶା ସ୍ପୋର୍ଟସ): ଭାରତୀୟ ଷ୍ଟାର ମଲ୍ଲଯୋଦ୍ଧା ବିନେଶ ଫୋଗଟ୍ ତୃତୀୟଥର ପାଇଁ ଅଣଦେଖା ହେବା ପରେ ଖେଳାଳୀମାନଙ୍କୁ ପଦ୍ମ ପୁରସ୍କାର ଦେବାର ତରିକା ଉପରେ ପ୍ରଶ୍ନ ଉଠାଇ ସମସ୍ତ ପ୍ରକ୍ରିୟାକୁ ‘ଅତୁଚିତ’ ବୋଲି ଦର୍ଶାଇଛନ୍ତି । ବିଶ୍ୱ ଚମ୍ପିଆନସିପ୍ ରେ ବ୍ରୋଞ୍ଜ୍ ପଦକ ବିଜେତା ଏବଂ ଟୋକ୍ୱ ଅଲମ୍ପିକରେ ଭାରତ ତରଫରୁ ପଦକ ଆଶ।।ରେ ବିନେଶ ସରକାରଙ୍କ ଉପରେ ଲକ୍ଷ ନିକ୍ଷେପ କରି ଏହା ଉପରେ ‘ଯୋଗ୍ୟ’ ଖେଳାଳିମାନଙ୍କୁ ଚୟନ ନକରାଯିବା ଆରୋପ ଲାଗାଇଛନ୍ତି । ବିନେସ ନିଜର ଅଧିକାରିକ ଟ୍ୱିଟର ପେଜରେ ସ୍କ୍ରିନସର୍ଟ ପକାଇଛନ୍ତି ଯେଉଁଥିରେ ଲେଖା ରହିଛି, ‘ପ୍ରତିବର୍ଷ ଆମ ସରକାର ଅନେକ ଖେଳାଳିଙ୍କୁ ପୁରସ୍କାର ଦେଉଛନ୍ତି । ଏହି ପୁରସ୍କାର ଦ୍ୱାରା ଖେଳ ଏବଂ ଖେଳାଳିଙ୍କୁ ଉତ୍ସାହିତ କରିଥ୍ଧଶ, କିନ୍ତୁ ଏହା ମଧ୍ୟ ଦେଖାଯାଇଛି କେତେକ ଥର ଏହି ପୁରସ୍କାର ଜରିଆରେ ରହିଥିବା ଉପଲବ୍ଧୀ ବା ଖେଳ ଜଗତରେ ଗତ କିଛି ସମୟର ସଫଳତାକୁ ସମ୍ନାନ୍ନିତ କରାଯାଏ ନାହିଁ ।’

ସେ କହିଛନ୍ତି, ‘ଏହା ଭୁଲ ଅଟେ ଯୋଗ୍ୟ ଖେଳାଳିମାନଙ୍କୁ ପ୍ରତି ଥର ଛାଡିଦିଆଯାଏ । ୨୦୨୦ପୁରଷ୍କାରରେ ଏହିପରି ହୋଇଛି । କିଏ ନିଷ୍ପତ୍ତି ନେଉଛନ୍ତି କାହାକୁ ପୁରସ୍କାର ମିଳିବ? କ’ଣ ଜଜମାନଙ୍କ ମଧ୍ୟରେ ବର୍ତ୍ତମାନର ଏବଂ ପୂର୍ବ ଖେଳାଳୀ ସାମିଲ ରହିଛନ୍ତି । ଏହି କାମ କେମିତି କରୁଛନ୍ତି । ଶେଷରେ ଏହିସବୁ ଟିକିଏ ଅନୁଚିତ୍ ଲାଗୁଛି ।

Related posts

ଭାରତର ଅଷ୍ଟମ ପଦକ

Odisha Sports Bureau

କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା

Odisha Sports Bureau

ବିଶ୍ୱ ଚମ୍ପିଆନସିପରେ ଦୀପିକାଙ୍କ ପରେ କୋମଲିକା

Odisha Sports Bureau